ଲଣ୍ଡନ: ବ୍ରିଟେନର ରାଜା ଚାର୍ଲ୍ସଙ୍କ ଭାଇ ପ୍ରିନ୍ସ ଆଣ୍ଡ୍ରୁ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ଉପରେ ସରକାରୀ ଗସ୍ତ ସମୟରେ ମସାଜ୍ ପାଇଁ କରଦାତାଙ୍କ ଟଙ୍କା ବ୍ୟବହାର କରିବାର ଅଭିଯୋଗ ଅଣାଯାଇଛି। ଏପଷ୍ଟାଇନ୍ ଫାଇଲ୍ରେ ତାଙ୍କ ନାମ ଆସିବା ପରେ ଏହି ନୂଆ ଖୁଲାସା ତାଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ପୂର୍ବତନ ବ୍ରିଟିଶ ସରକାରୀ ଅଧିକାରୀମାନେ ଏହି ଗୁରୁତର ଆର୍ଥିକ ଅନିୟମିତତାକୁ ନିଶ୍ଚିତ କରି ବିବୃତି ଜାରି କରିଛନ୍ତି। ଏହାଦ୍ବାରା ରାଜପରିବାର ସଙ୍କଟ ବଢ଼ିବାରେ ଲାଗିଛି।
ପ୍ରିନ୍ସ ଆଣ୍ଡ୍ରୁ ୨୦୦୧ ରୁ ୨୦୧୧ ପର୍ଯ୍ୟନ୍ତ ବ୍ରିଟେନର ସ୍ୱତନ୍ତ୍ର ବାଣିଜ୍ୟ ଦୂତ ଭାବରେ କାର୍ଯ୍ୟ କରିଥିଲେ। ଯଦିଓ ଏହି ପଦବୀ ଅବୈତନିକ ଥିଲା। ତାଙ୍କର ସମସ୍ତ ଯାତ୍ରା ଖର୍ଚ୍ଚ ସାଧାରଣ ଟିକସ ଦ୍ୱାରା ବହନ କରାଯାଉଥିଲା। ଏବେ ଏହା ପ୍ରକାଶ ପାଇଛି ଯେ, ସେ ବ୍ୟକ୍ତିଗତ ମସାଜ୍ ପାଇଁ ମଧ୍ୟ ଏହି ଟଙ୍କା ବ୍ୟବହାର କରୁଥିଲେ।
ଅଧିକପଢ଼ନ୍ତୁ:ହନୁମାନ ଚାଳିସା ବନାମ ନମାଜ: ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପାଲଟିଲା ରଣକ୍ଷେତ୍ର, ଉତ୍ତେଜନା ଜାରି
ଜଣେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ କହିଛନ୍ତି, ଆଣ୍ଡ୍ରୁଙ୍କ ମଧ୍ୟପ୍ରାଚ୍ୟ ଯାତ୍ରା ସମୟରେ ମସାଜ୍ ଖର୍ଚ୍ଚ ଉପରେ ଆପତ୍ତି ଉଠିଥିଲା। ସେମାନେ ଯୁକ୍ତି ଦେଇଥିଲେ, ସରକାରୀ କୋଷାଗାରରୁ ଏପରି ବ୍ୟକ୍ତିଗତ ବିଳାସ ପାଇଁ ଦେୟ ଦେବା ସମ୍ପୂର୍ଣ୍ଣ ଅନୁପଯୁକ୍ତ ଓ ଭୁଲ। ତଥାପି, ବରିଷ୍ଠ ଅଧିକାରୀମାନେ ଆପତ୍ତିଗୁଡ଼ିକୁ ଅଣଦେଖା କରି ସରକାରୀ ପାଣ୍ଠିରୁ ସମ୍ପୂର୍ଣ୍ଣ ଦେୟ ଭରଣା କରିଥିଲେ।
ପୂର୍ବତନ ଏପଷ୍ଟାଇନ୍ କର୍ମଚାରୀ ଜୁଆନ୍ ଆଲେସି ମଧ୍ୟ ପୂର୍ବରୁ ଦାବି କରିଥିଲେ ଯେ, ଆଣ୍ଡ୍ରୁ ପ୍ରତିଦିନ ମସାଜ୍ ଆବଶ୍ୟକ କରୁଥିଲେ। କୋର୍ଟର ବୟାନ ଅନୁଯାୟୀ, ରାଜକୁମାର ଯେତେବେଳେ ଯାତ୍ରା କରୁଥିଲେ ସେତେବେଳେ ତାଙ୍କ ପାଇଁ ମସାଜ୍ ବ୍ୟବସ୍ଥା କରାଯାଉଥିଲା। ଏହା ଏବେ ସାର୍ବଜନୀନ ଡୋମେନରେ ଇମେଲ୍ ଓ ଡକ୍ୟୁମେଣ୍ଟ ମାଧ୍ୟମରେ ଆଲୋଚନାର ବିଷୟ ପାଲଟିଛି।
ଆଣ୍ଡ୍ରୁଙ୍କ ଆଇନଗତ ଏବଂ ସାମାଜିକ ସମସ୍ୟା ଆହୁରି ବଢ଼ିବ
ୟୁକେର ପୂର୍ବତନ ବାଣିଜ୍ୟ ଓ ନିବେଶ ଅଧିକାରୀମାନେ ଆଣ୍ଡ୍ରୁଙ୍କ ଏଭଳି ଖର୍ଚ୍ଚକୁ ବାଣିଜ୍ୟ ମିଶନ ଉପରେ ଏକ ବୋଝ ବୋଲି କହିଛନ୍ତି। ଗତ ସପ୍ତାହରେ, ରାଜକୁମାର ଆଣ୍ଡ୍ରୁଙ୍କୁ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗରେ ଗିରଫ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏହି ବିବାଦ ଯୋଗୁ ତାଙ୍କ ଭାଇ, ରାଜା ଚାର୍ଲ୍ସ ତୃତୀୟ, ତାଙ୍କର ରାଜକୁମାର ଅଫ୍ ୱେଲ୍ସ ପଦବୀରୁ ଛଡ଼ାଇ ନେଇସାରିଛନ୍ତି। ସଦ୍ୟତମ ଅଭିଯୋଗଗୁଡ଼ିକ ବିଶ୍ୱ ସ୍ତରରେ ୱିଣ୍ଡସର କାସଲ୍ ଓ ରାଜପରିବାରର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି। ୟୁକେର ବ୍ୟବସାୟ ଓ ବାଣିଜ୍ୟ ବିଭାଗ ବର୍ତ୍ତମାନ ଏହି ମସାଜ୍ ଖର୍ଚ୍ଚ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ସିଧାସଳଖ ଖଣ୍ଡନ କରିବାକୁ ମନା କରିଦେଇଛି। ବିଭାଗ ଏହି ସମ୍ବେଦନଶୀଳ ବିଷୟ ଉପରେ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିଛି।
ରାଜା ଚାର୍ଲ୍ସ ଭାଇଙ୍କ ଆଚରଣ ଓ ଏପଷ୍ଟାଇନ୍ ସହ ସମ୍ପର୍କ ଯୋଗୁ ତାଙ୍କୁ ରାଜକୀୟ ବାସଭବନରୁ ବହିଷ୍କାର କରିଛନ୍ତି। ରାଜପରିବାର ଜନସାଧାରଣଙ୍କ କ୍ରୋଧକୁ ଶାନ୍ତ କରିବା ପାଇଁ ଆଇନ ନିଜ ବାଟରେ ଯିବ ବୋଲି କହିଛି। ଆଗାମୀ ଦିନରେ ଆଣ୍ଡ୍ରୁଙ୍କ ଆଇନଗତ ଏବଂ ସାମାଜିକ ସମସ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।
ଅଧିକପଢ଼ନ୍ତୁ:ପ୍ରେମିକା ଯୋଗୁ ପ୍ରାଣ ହରାଇଲେ କୁଖ୍ୟାତ ଅପରାଧୀ ଏଲ୍ ମେଞ୍ଚୋ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/24/178bd4b3-daf9-48a8-8b11-2a0da1cebd88-2026-02-24-16-40-04.jpg)