ନୂଆଦିଲ୍ଲୀ: ଅଭିଜ୍ଞ ସମ୍ପନ୍ନ କୁଟନୀତିଜ୍ଞ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଳା ଆମେରିକାକୁ ଭାରତର ନୂଆ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍ ଭାରତୀୟ ବିଦେଶ ସେବା କୁଟନୀତିଜ୍ଞ ଶ୍ରୀଙ୍ଗଳା ନବଜେତ ସରଣାଙ୍କ ସ୍ଥାନ ନେବେ। ଏବେ ବାଂଲାଦେଶକୁ ଭାରତର ହାଇ କମିସନର ଥିବା ଶ୍ରୀଙ୍ଗଳା ଖୁବ୍ ଶୀଘ୍ର ତାଙ୍କ ଦାୟିତ୍ବ ଗ୍ରହଣ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।
ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ
/sambad/media/post_attachments/wp-content/uploads/2018/12/Harsha-Vardhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)