ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ ପରବର୍ତ୍ତୀ ସେନାଧ୍ୟକ୍ଷ ହେବେ

ନୂଆଦିଲ୍ଲୀ : ଭାରତୀୟ ସେନାର ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ ଭାରତର ନୂଆ ସେନାଧ୍ୟକ୍ଷ ହେବେ । ଡିସେମ୍ବର ୩୧ରେ ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ଅବସର ଗ୍ରହଣ କରିବା ପରେ ବରିଷ୍ଠତା କ୍ରମରେ ନାରାଭାଣେ ପ୍ରଥମ ସ୍ଥାନରେ ଥିଲେ । ଏଣୁ ତାଙ୍କୁ ନୂଆ ସେନାଧ୍ୟକ୍ଷ ଚୟନ କରାଯାଇଛି । ନିଜର ୩୭ ବର୍ଷର ସାମରିକ ସେବାରେ ଲେପ୍ଟନାଣ୍ଟ ଜେନେରାଲ ନାରାଭାଣେ ବିଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟକରିଛନ୍ତି । ଏହା ମଧ୍ୟରେ ସେ ଆତଙ୍କବାଦୀ ଅଧ୍ୟୁଷିତ ଜମ୍ମୁ ଓ କଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳରେ କାର୍ଯ୍ୟକରିଛନ୍ତି ।

ସମ୍ବନ୍ଧିତ ଖବର