ସୀମା ସୁରକ୍ଷିତ ରହିଲେ ଦେଶର ବିକାଶ ହେବ: ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ନୂଆବର୍ଷରେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ବଡ ପ୍ରତିକ୍ରିୟା ଦେଇଛନ୍ତି । ଦାୟିତ୍ୱ ନେବାର ଗୋଟିଏ ଦିନ ପରେ ଆଜି ଦିଲ୍ଲୀ ସ୍ଥିତ ୱାର ମୋମେରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଥିଲେ, ଦେଶର ସୁରକ୍ଷାରେ ଆଂଚ ଆସିବାକୁ ଦିଆଯିବ ନାହି । ଏଥିପାଇଁ ଯବାନମାନେ ପ୍ରସ୍ତୁତ ହୋଇ ରହିଛନ୍ତି । ସୀମା ସୁରକ୍ଷିତ ରହିଲେ ଦେଶର ବିକାଶ ହୋଇପାରିବ । ଏହି ଅବସରରେ ସେ ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

Photo-ANI

ସେନାମୁଖ୍ୟ କହିଛନ୍ତି, ଦେଶକୁ ଆସୁଥିବା ବିପଦ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଓ ଏହାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଚୀନ ସୀମାରେ ସ୍ୱତନ୍ତ୍ର ନଜର ରଖିବ ଭାରତୀୟ ସେନା । ସ୍ଥଳ ସେନା ମୁଖ୍ୟଭାବେ ଦାୟିତ୍ୱ ନେବା ପରେ ମନୋଜ ମୁକୁନ୍ଦ ନରବାଣେ ଏହା କହିଛନ୍ତି ।

Photo-ANI

ଦେଶର ଉତ୍ତର ସୀମାରେ ଅଧିକ ସତର୍କତାର ଆବଶ୍ୟକତା ରହିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ନରବାଣେ । ସେ କହିଛନ୍ତି ପୂର୍ବରୁ ପଶ୍ଚିମ ସୀମାରେ ଅର୍ଥାତ ପାକିସ୍ତାନ ସୀମାରେ ଭାରତୀୟ ସେନା ବାହିନୀ ଯଥେଷ୍ଟ ଗୁରୁତ୍ୱ ଦେଇଛି । ତେବେ ବର୍ତ୍ତମାନ ଅନୁରୁପ ଭାବରେ ଉତ୍ତର ସୀମା ଅର୍ଥାତ ଚୀନ ସୀମାରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର