ନୂଆ ଅଶୋକ ସ୍ତମ୍ଭକୁ ନେଇ ବିବାଦ: ସିଂହର ଆକାର ଓ ଉଗ୍ର ରୂପକୁ ‌ବିରୋଧ

ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଶୋକ ସ୍ତମ୍ଭରେ ସିଂହର ଆକୃତିକୁ ନେଇ ବିରୋଧୀ ଦଳମାନେ ଆପତ୍ତି ଉଠାଇଛନ୍ତି। ସେମାନେ ଅଭି‌େଯାଗ କରିଛନ୍ତି ଯେ ଏହି ସିଂହକୁ ଅଧିକ ଉଗ୍ର ଓ ଆକ୍ରମଣାତ୍କମ କରାଯାଇଛି। ପୁରୁଣା ଚିହ୍ନରେ ସିଂହ ସୌମ୍ୟ ଓ ସାଧାରଣ ଦେଖାଯାଉଥିଲା। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଅଶୋକ ସ୍ତମ୍ଭର ଏଭଳି ବଡ଼ ପରିବର୍ତ୍ତନ ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ। କଂଗ୍ରେସ ସୋସିଆଲ ମିଡିଆ ଜାତୀୟ ସଂଯୋଜକ ବିନୟ କୁମାର ଡୋକନିଆ କହିଛନ୍ତି, ଜାତୀୟ ସ୍ତମ୍ଭର ଶାନ୍ତି ପ୍ରିୟ ସିଂହ ଏବେ ମଣିଷ ଖିଆ ସିଂହ ହୋଇଯାଇଛି । ନୂଆ ରୂପରେ ଏହା ଅତି ଉଗ୍ର ଓ ମାରାତ୍ମକ ଦୃଶ୍ୟମାନ ହେଉଛି। ଟିଏମ୍‌ସି ସାଂସଦ ମହୁଆ ମଇତ୍ର ଏବଂ ଏବଂ ଜବାହର ସିରକର ମଧ୍ୟ ସିଂହର ଉଗ୍ର ରୂପକୁ ବିରୋଧ କରିଛନ୍ତି। ସୁପ୍ରିମ୍‌ କୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି ମୋଦୀଙ୍କ ନବ ଭାରତରେ ଆମ ପ୍ରତୀକର ସିଂହ ଏବେ ଶାନ୍ତିର ସ୍ବରୂପକୁ ବଦଳାଇ ଦେଇଛି।

ତେବେ ଇତିହାସକାରମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ଏକ କଳାକୃତି ଏକ କଳାକାରଙ୍କ ଦ୍ବାରା ସମୟୋଚିତ ପ୍ରତିଫଳନ ବୋଲି ଇତିହାସକାର ରବି ଭଟ୍ଟ କହିଛନ୍ତି। ଅଶୋକ ସ୍ତମ୍ଭର ଇତିହାସ ଗୌତମ ବୁଦ୍ଧଙ୍କ ସହିତ ଯୋଡ଼ି ହୋଇ ରହିଛି । ସମ୍ରାଟ ଅଶୋକ ଏହି ଆକୃତିକୁ ତିଆରି କରିଥିଲେ ଏବଂ ଅଶୋକ ସ୍ତମ୍ଭର ଆକୃତିକୁ ଯେତେବେଳେ ସମ୍ବିଧାନର ଅଂଶ ଭାବେ ଗ୍ରହଣ କରାଯାଇଥିଲା ସେତେବେଳେ ୨୧ ବର୍ଷୀୟ ଯୁବକ ଦୀନାନାଥ ଭାସ୍କରଙ୍କୁ ଏହାର ଦାୟିତ୍ବ ଦିଆଯାଇଥିଲା । ଦୀନାନାଥ ଭାସ୍କର ଏ ବାବଦରେ ବିଶେଷ ଅଧ୍ୟୟନ କରିଥିଲେ ଏବଂ ସେ ଦେଇଥିବା ଆକୃତି ସମ୍ବିଧାନ ପୁସ୍ତକରେ ଦେଖିବାକୁ ମିଳିଛି । ଦେଶବ୍ୟାପୀ ଏହାର ଅଲଗା ଅଲଗା ଆକୃତି ରହିଥିବା ବେଳେ ବର୍ତ୍ତମାନ ରାଜନୈତିକ କାରଣରୁ ହେଉଥିବା ବିରୋଧ ଅର୍ଥହୀନ ବୋଲି ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ପୀୟୂଷ ଭାର୍ଗବ କହିଛନ୍ତି। ବିଜେପି ଏବଂ କେନ୍ଦ୍ର ସରକାର ନୂଆ ସଂସଦ ଭବନରେ ସ୍ଥାପିତ ଜାତୀୟ ପ୍ରତୀକକୁ ସବୁ ଦିଗରୁ ଯଥାର୍ଥ ବୋଲି କହିଛନ୍ତି। ଏହାର ସୌର୍ଯ୍ୟର୍ଯ୍ୟକୁ ନେଇ କିଛି ଲୋକ ଭୁଲ୍‌ ବ୍ୟାଖ୍ୟାନ ଦେବାକୁ ପ୍ରୟାସ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି

ସମ୍ବନ୍ଧିତ ଖବର