ଦାମାସକସ: ବଶର ଅଲ-ଅସଦ ସିରିଆରୁ ରୁଷିଆକୁ ପଳାୟନ କରିବା  ପରେ, ହାୟାତ୍ ଅଲ୍ ଶ୍ୟାମ(ଏଚଟିଏସ ) ବିଦ୍ରୋହୀମାନେ ଦେଶର ଅଧିକାଂଶ ଅଂଶ ଦଖଲ କରିଛନ୍ତି। ତୁର୍କୀ ସମର୍ଥିତ ହାୟାତ୍ ଅଲ-ଶ୍ୟାମ ବିଦ୍ରୋହୀମାନେ ବର୍ତ୍ତମାନ ସେହି ଅଞ୍ଚଳକୁ କବଜା କରିବାରେ ବ୍ୟସ୍ତ ଅଛନ୍ତି ଯେଉଁଠାରେ ଅସଦ ‌ସୈନ୍ୟବାହିନୀର ମଧ୍ୟ ନିୟନ୍ତ୍ରଣ ନ ଥିଲା। ଏହି କ୍ଷେତ୍ରଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଡେଇର ଇଜୋର ଯାହା ଦେଶର ପୂର୍ବ ଅଞ୍ଚଳରେ ଅବସ୍ଥିତ।

Advertisment

ଏହି ମରୁଭୂମି ଅଞ୍ଚଳକୁ ଦଖଲ କରିବାକୁ, ଏଚଟିଏସ  ବିଦ୍ରୋହୀମାନେ ଆମେରିକାର ସୈନ୍ୟବାହିନୀ ଦ୍ୱାରା ସମର୍ଥିତ କୁର୍ଦ୍ଦ ବିଦ୍ରୋହୀମାନଙ୍କ ସହିତ ଏକ ଭୟଙ୍କର ଯୁଦ୍ଧ କରିଥିଲେ ଏବଂ ଏହାକୁ କବ୍‌ଜା  କରିଥିଲେ। କେବଳ ବିଦ୍ରୋହୀମାନଙ୍କ ପାଇଁ ନୁହେଁ ବରଂ କୁର୍ଦ୍ଦ ଏବଂ ଆମେରିକା ପାଇଁ ମଧ୍ୟ ସିରିଆର ଏହି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ସିରିଆର ଏହି ଅଞ୍ଚଳରେ ଅଶୋଧିତ ତୈଳ ବହୁ ପରିମାଣରେ ଉତ୍ପାଦିତ ହୁଏ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆମେରିକା ସମର୍ଥିତ କୁର୍ଦ୍ଦ ବିଦ୍ରୋହୀମାନଙ୍କ ପାଖରେ ଥିଲା, କିନ୍ତୁ ବର୍ତ୍ତମାନ  ଏଚଟିଏସ  ଏହାକୁ ଦଖଲ କରିଛି। 

ଏଚଟିଏସ  ସିନିୟର କମାଣ୍ଡର ହାସନ ଅବଦୁଲ ଘାନି ଦାବି କରିଛନ୍ତି ଯେ, ତାଙ୍କ ସୈନ୍ୟବାହିନୀ ଡେଇର ଇଜୋର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିଛନ୍ତି। ସେ କହିଛନ୍ତି, ଖୁବ ଶୀଘ୍ର ସହରର ଅନ୍ୟ ଅଞ୍ଚଳରେ  ଏଚଟିଏସ  ନିଜର  ସ୍ଥିତିକୁ ମଜବୁତ କରିବ।  ଯାହାଦ୍ୱାରା ସୁରକ୍ଷାକୁ ମଜବୁତ କରାଯାଇପାରିବ। ସେ କହିଛନ୍ତି ଯେ, ଡେଇର ଏଜୋର ନିକଟରେ ଅବସ୍ଥିତ ରଣନୀତିଗତ ଗୁରୁତ୍ୱପୂର୍ଣ୍ଣ ସହର ବୋଉକମାଲ ମଧ୍ୟ ବିଦ୍ରୋହୀମାନଙ୍କ ଦ୍ୱାରା ଦଖଲ ହୋଇଛି।  ଏଚଟିଏସ ସଦସ୍ୟମାନେ  ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, 'ଆମେ ରାକ୍କା ଏବଂ ହାସାକା ଏବଂ ପୂର୍ବ ସିରିଆର ଅନ୍ୟାନ୍ୟ ଅଞ୍ଚଳ ଆଡକୁ ଯିବୁ।

ଆମେରିକାର ସେନା ଦ୍ବାରା ସମର୍ଥିତ ସିରିଆର ଡେମୋକ୍ରାଟ୍ ଫୋର୍ସ ଅଫ୍ କୁର୍ଦ୍ଦ( ଏସଡିଏଫ୍)ମାନେ ଏହି ସହର ଉପରେ କିଛି ଦିନ ପାଇଁ ନିଜର ନିୟନ୍ତ୍ରଣ ବଜାୟ ରଖିବାରେ ସକ୍ଷମ ହୋଇଥିଲେ।  ଏସଡିଏଫ୍ କହିଛି ଯେ ଏହା ଡେଇର ଇଜୋର ଏବଂ ଫରାତ୍ ନଦୀର ପଶ୍ଚିମ ଦିଗରେ ନିୟୋଜିତ କରିଛି। ସେମାନେ ସିରିଆ ସରକାରୀ ସେନାକୁ ସ୍ଥାନାନ୍ତର କରିଛନ୍ତି। ସିରିଆର ଏହି ମରୁଭୂମି ଅଞ୍ଚଳକୁ କାବୁ କରିବା ପାଇଁ ଏଚଟିଏସ ଏବଂ  ଏସଡିଏଫ୍  ମଧ୍ୟରେ ଏହି ଯୁଦ୍ଧ ପଛରେ ସବୁଠାରୁ ବଡ କାରଣ ହେଉଛି ତୈଳ ଭଣ୍ଡାର। ବର୍ତ୍ତମାନ ଏଚଟିଏସ ବିଦ୍ରୋହୀମାନଙ୍କ ଦ୍ୱାରା କବଜା ହୋଇଥିବା ଅଞ୍ଚଳରେ ଅଲ୍ ତାୟାମ ତେଲ କ୍ଷେତ୍ର ଅଛି, ଯାହା ପ୍ରତିଦିନ୫୦୦୦ ବ୍ୟାରେଲ ତେଲ ଉତ୍ପାଦନ କରିଥାଏ।

ଅଧିକ ପଢ଼ନ୍ତୁ: ଆଉ ଏକ ଯୁଦ୍ଧ ଆଶଙ୍କା: ତାଇୱାନ ପରିସ୍ଥିତି ବଦଳିଲା, ଚୀନ୍‌ ପକ୍ଷରୁ ପ୍ରସ୍ତୁତି

ଆମେରିକୀୟ ତୈଳ କମ୍ପାନିଗୁଡିକ ମଧ୍ୟ ଏହି କ୍ଷେତ୍ରରେ ବହୁତ ସକ୍ରିୟ ଏବଂ ଏହା ଏକଦା ସିରିଆର ସବୁଠାରୁ ବଡ ଆୟ ଉତ୍ସ ଥିଲା। ସିରିଆରୁ ଏହି ତେଲ ପାଇଁ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଆମେରିକା ସିରିଆର ଏହି ଅଞ୍ଚଳରେ ନିଜର ସାମରିକ ବେସ୍ ନିର୍ମାଣ କରିଛି ଏବଂ ବର୍ତ୍ତମାନ ପ୍ରାୟ ୯୦୦ ଆମେରିକୀୟ ସୈନିକ ଏଠାରେ ଅବସ୍ଥାପିତ ଅଛନ୍ତି। ସେମାନେ କୁର୍ଦ୍ଦ ସୈନିକମାନଙ୍କୁ ସମର୍ଥନ କରୁଛନ୍ତି। ଏହା ବ୍ୟତୀତ ହଜାର ହଜାର ଆମେରିକୀୟ ସାମରିକ କଣ୍ଟ୍ରାକ୍ଟର ମଧ୍ୟ ଏଠାରେ ତ ଅଛନ୍ତି। ଆମେରିକୀୟ କମ୍ପାନିଗୁଡିକ ତେଲ ବାହାର କରୁଛନ୍ତି ଏବଂ କୁର୍ଦ୍ଦମାନେ ଏଥିରୁ ଟଙ୍କା ରୋଜଗାର କରୁଛନ୍ତି। ଏହି ତୈଳ କ୍ଷେତ୍ରକୁ ଅସଦ ସୈନ୍ୟବାହିନୀରୁ କିପରି ଦଖଲ କରିବେ ସେନେଇ ରୁଷିଆ  ଚେଷ୍ଟା କରିଥିଲା, କିନ୍ତୁ ଆମେରିକା ଏହା କରିବାକୁ ଦେଇ ନ ଥିଲା।

ତୈଳ  ଓ ଗ୍ୟାସରୁ ଆୟ ସିରିଆ ସରକାରଙ୍କ  ମୁଖ୍ୟ ଆୟ ଥିଲା। ସିରିଆର ତ‌ୈଳ ଭଣ୍ଡାର ଅନ୍ୟ ଗଲ୍ଫ ଦେଶ ତୁଳନାରେ କମ୍ କିନ୍ତୁ ତଥାପି ଯଥେଷ୍ଟ। ୨୦୧୮ ରେ, ସିରିଆ ସରକାର ଆକଳନ କରିଥିଲେ  ଯେ ଏଥିରେ ୨.୫ବିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଅଛି।  ଅପରପକ୍ଷରେ  ସାଉଦି ଆରବ ରେ ୨୯୭ ବିଲିୟନ ବ୍ୟାରେଲ ତୈଳ, ଇରାନରେ ୧୫୫ ବିଲିୟନ ବ୍ୟାରେଲ ଏବଂ ଇରାକରେ ୧୪୭ ବିଲିୟନ ବ୍ୟାରେଲ ତୈଳ ଅଛି।

ସିରିଆର ଡେଇର ଇଜୋର ଅଞ୍ଚଳ ଇରାକର ସୀମା ନିକଟରେ। ସିରିଆର ସମସ୍ତ ତେଲ ଡେଇର ଇଜୋର ଏବଂ ହାସାକାରେ ଅଛି, ଯେଉଁଠାରେ ବିଦ୍ରୋହୀମାନଙ୍କ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି। ଏକ ସମୟରେ ସିରିଆ ପ୍ରତିଦିନ ପ୍ରାୟ ୪ ବ୍ୟାରେଲ ତେଲ ଉତ୍ପାଦନ କରୁଥିଲା।  ଆମେରିକା ବର୍ତ୍ତମାନ ଏଚଟଏସ ସହିତ କଥାବାର୍ତ୍ତା କରୁଛି ଯାହାଦ୍ୱାରା ସଙ୍କଟ ହ୍ରାସ ହୋଇପାରିବ।

ଅଧିକ ପଢ଼ନ୍ତୁ: ହିନ୍ଦୁଙ୍କ ବିରୋଧରେ ହିଂସାକୁ ସ୍ବୀକାର କଲା ବାଂଲାଦେଶ