ଜନ୍ମର କିଛି ମିନିଟ୍‌ ମଧ୍ୟରେ ନବଜାତକ ଭାଇରସ୍‌ ଆକ୍ରାନ୍ତ

ନୂ୍ଆଦିଲ୍ଲୀ : ଲଣ୍ଡନ୍‌ରେ ଜଣେ ନବଜାତ ଶିଶୁ ଭାଇରସ୍‌ ଆକ୍ରାନ୍ତ ହୋଇଛି। ଜନ୍ମ ହେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ଶିଶୁଟି କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛି। ଉକ୍ତ ଶିଶୁର ମା’ କିଛି ଦିନ ପୂର୍ବରୁ ନିମୋନିଆ ପୀଡ଼ିତ ଥିଲେ। କିନ୍ତୁ ସେ ଶିଶୁଟିକୁ ଜନ୍ମ ଦେବାପରେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଉକ୍ତ ଶିଶୁଟି ମାତୃ ଗର୍ଭରୁ ଭାଇରସ୍‌ ଆକ୍ରାନ୍ତ ହୋଇଛି କି ଜନ୍ମ ହେବାପରେ ଭାଇରସ୍‌ ଆକ୍ରାନ୍ତ ହୋଇଛି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର