ନବଜାତ ହାତରେ ୬ଟି ଆଙ୍ଗୁଠି ଥିବାରୁ କାଟିଦେଲେ ନର୍ସ, ଶିଶୁର ମୃତ୍ୟୁ ଅଭିଯୋଗ

ହରଦଇ: ଚିକିତ୍ସା ଅବହେଳାର ଅନେକ ଖବର ଆପଣ ପଢ଼ିଥିବେ, କିନ୍ତୁ ଏବେ ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ମିଳିଥିବା ସୂଚନା ମୁତାବକ ଜନ୍ମ ସମୟରେ ନବଜାତକଟିର ହାତରେ ୫ଟି ବଦଳରେ ୬ଟି ଆଙ୍ଗୁଠି ରହିଥିଲା | ଯାହାକୁ ନେଇ ସ୍ୱାସ୍ଥ୍ୟକର୍ମୀ ବା ନର୍ସ ଶିଶୁଟିର ଗୋଟିଏ ଆଙ୍ଗୁଠି କାଟିଦେଇଥିଲେ | ଶିଶୁଟିର ବାପା-ମାଙ୍କ ବିନା ଅନୁମତିରେ ଆଙ୍ଗୁଠି କାଟିଦେଇଥିବାବେଳେ ଯନ୍ତ୍ରଣା ସହି ନ ପାରି ଶେଷରେ ନବଜାତକର ମୃତ୍ୟୁ ହୋଇଯାଇଥିଲା |

Photo-Oneindia

ଶିଶୁଟିର ବାପା-ମା ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶର ହରଦଇରେ ଥିବା ବିଲଗ୍ରାମ ମେଡିକାଲରେ ରବୀନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀଙ୍କର ପ୍ରସବ ବେଦନା ଯୋଗୁଁ ଭର୍ତ୍ତି କରାଯାଇଥିଲା | ଏହାପରେ ତାଙ୍କର ଶିଶୁପୁତ୍ରଟିଏ ଜନ୍ମ ହୋଇଥିଲା | ତେବେ ଶିଶୁଟିର ଦୁଇ ହାତରେ ୬ଟି ଆଙ୍ଗୁଠି ଥିବାର ଦେଖାଯାଇଥିଲା |

ଏହାପରେ ସ୍ୱାସ୍ଥ୍ୟକର୍ମୀ କାହାକୁ କିଛି ନ କହି ଶିଶୁଟିର ଦୁଇଟି ଆଙ୍ଗୁଠି କାଟି ଦେଇଥିଲେ | ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା | ଏହାପରେ ସ୍ୱାସ୍ଥ୍ୟ କର୍ମୀ ଜଣକ ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ଶିଶୁଟିକୁ ଡିସଚାର୍ଜ କରିଦେଇଥିଲେ | ଏହାପରେ ମେଡିକାଲ ବାହାରେ ହିଁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା | ଏହାକୁ ନେଇ ସମ୍ପୃକ୍ତ ନର୍ସଙ୍କ ବିରୋଧରେ ରବୀନ୍ଦ୍ର ଓ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର