ଭାରତୀୟ ସେନା ପାଇଁ କିଣାଯାଉଛି ଏହି ଅତ୍ୟାଧୁନିକ ବୁଲେଟ ପ୍ରୁଫ ଜ୍ୟାକେଟ୍‌

ନୂଆଦିଲ୍ଲୀ : ଦେଶର ସେନା ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରକାରର ଅପରେସନ କରୁଛି । ସୀମାପାର ଆକଙ୍କବାଦୀ ଓ ପାକିସ୍ତାନ ସେନା ପକ୍ଷରୁ ପ୍ରତିଦିନ ଗୁଳି ବର୍ଷଣ ହେଉଛି । ଏହାଫଳରେ ନିୟମିତ ଭାବେ ଆମ ଜବାନ ମାନେ ସହିଦ କିମ୍ବା ଆହତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ସ୍ୱତନ୍ତ୍ର ପ୍ରକାରର ବୁଲେଟ ପ୍ରୁଫ ଜ୍ୟାକେଟ୍‌ କିଣିବାକୁ ଏସଏମପିପି ନାମକ କମ୍ପାନି ସହ ଏକ ଚୁକ୍ତି କରିଛନ୍ତି । ଏହି ବୁଲେଟପ୍ରୁଫ ଜ୍ୟାକେଟର ବିଶେଷତ୍ୱ ହେଉଛି ଏହା ପ୍ରାୟ ସବୁ ପ୍ରକାରର ଗୁଳିକୁ ଅଟକେଇ ପାରିବ । ଏପରିକି ଏକେ-୪୭ର ଗୁଳିକୁ ମଧ୍ୟ ଏହା ଅଟକାଇ ଦେବ । ଜଣେ ସୈନିକକୁ ୩୬୦ ଡିଗ୍ରୀ ସୁରକ୍ଷା ଦେଇପାରିବ । ଏହାର ଓଜନ ୧୦ କିଲୋ ଓ ଏଥିରେ ଏକ ବୋରନ କାର୍ବାଇଡ ସେରାମିକ ପ୍ଲେଟ ଲାଗିଛି ଯାହାକୁ ଗୁଳିକୁ ସଫଳତାର ସହ ଅଟକାଇ ପାରିବ । କମ୍ପାନି ମୋଟ ୧ ଲକ୍ଷ ୮୬ ହଜାର ବୁଲେଟ ପ୍ରୁଫ ଜ୍ୟାକେଟ ଭାରତୀୟ ସେନାକୁ ଯୋଗାଇବ । ଏହି ଡିଲର ମୂଲ୍ୟ ପ୍ରାୟ ୯୯ ନିୟୁତ ଡଲାର ରହିଛି । ସରକାରଙ୍କ ମେକ ଇନ ଇଣ୍ଡିଆ ଯୋଜନାରେ ଏହି କମ୍ପାନି ଭାରତରେ ଏଗୁଡ଼ିକୁ ଉତ୍ପାଦନ କରୁଛି ।

ସମ୍ବନ୍ଧିତ ଖବର