ନୂଆ ସିଏଜି ଭାବେ ନିଯୁକ୍ତ ହେଲେ ସୋମା ରାୟ ବର୍ମନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ୧୯୮୬ ବ୍ୟାଚ୍‌ର ସିଭିଲ୍‌ ଆକାଉଣ୍ଟ୍‌ସ ସର୍ଭିସ ଅଧିକାରୀ ସୋମା ରାୟ ବର୍ମନଙ୍କୁ ଦେଶର ୨୪ତମ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଭାବେ ନିଯୁକ୍ତି ଦେଇଛନ୍ତି। ବର୍ମନ ହେଉଛନ୍ତି ଏହି ପଦରେ ଆସୀନ ହୋଇଥିବା ସପ୍ତମ ମହିଳା। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ଏହି ନିଯୁକ୍ତି ସଂକ୍ରାନ୍ତ ସୂଚନା ଦିଆଯାଇଛି। ଏହା ପୂର୍ବରୁ ବର୍ମନ ଅତିରିକ୍ତ ମହାଲେଖା ନିୟନ୍ତ୍ରକ ପଦରେ ଥିଲେ। ତାଙ୍କର ନିଯୁକ୍ତି ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ୩୩ ବର୍ଷର କାର୍ଯ୍ୟକାଳରେ ବର୍ମନ ଗୃହ ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ, ଉଦ୍ୟୋଗ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ବିଭିନ୍ନ ପଦ ପଦବିରେ ରହିଥିଲେ।

ସମ୍ବନ୍ଧିତ ଖବର