ମୁଖ୍ୟମନ୍ତ୍ରୀଙ୍କ ପାଇଁ ୧ କୋଟି ୭୫ ଲକ୍ଷ ଟଙ୍କାର ଗାଡି କିଣିବାକୁ ପ୍ରସ୍ତାବ ଦେଲେ ଡିଜିପି

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପାଇଁ ଖୁବ ଶୀଘ୍ର ଏକ ନୂଆ ଗାଡି କିଣାଯିବାକୁ ଯାଉଛି | ତେବେ ଏଥିରେ ନୂଆ କଥା କଣ ? ବଡ କଥା ହେଉଛି ଏହି ଗାଡିର ମୂଲ୍ୟ ହେଉଛି ୧ କୋଟି ୭୫ ଲକ୍ଷ ଟଙ୍କା | ଲ୍ୟାଣ୍ଡକୄଜରର ଏକ ବୁଲେଟପ୍ରୁଫ କାର କିଣାଯିବା ନେଇ ନିଷ୍ପତ୍ତି ନିଆଯାଇଛି | ଏହି କାର କିଣିବାକୁ ଖୋଦ ଡିଜିପି ପ୍ରସ୍ତାବ ଦେଇଛନ୍ତି |

ଏହି ଗାଡି କିଣାଯିବା ପରେ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ପାଇଁ ବ୍ୟବହାର ହେଉଥିବା ଗାଡି ସଂଖ୍ୟା ୧୭ ରେ ପହଞ୍ଚିଯିବ | ବର୍ତ୍ତମାନ ଏହି ପ୍ରସ୍ତାବ ଡିଜିପି ଦେଇଥିବାବେଳେ ଅର୍ଥ ବିଭାଗ ପାଖକୁ ଏହା ପଠାଯିବ | ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂଆ ଗାଡି କିଣିବାକୁ ହେଲେ ମୋଟର ଭେଇକିଲ ବୋର୍ଡର ଅନୁମତି ଆବଶ୍ୟକ |

କାରଣ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ରେ ୧୪ଟି ଗାଡି ରହିବାର ଅନୁମତି ରହିଛି | ତେବେ କାର କେଡ଼ରେ ବର୍ତ୍ତମାନ ବ୍ୟବହାର କରାଯାଉଥିବା ଦୁଇଟି ମାରୁତି କାରକୁ ବି ବୁଲେଟପ୍ରୁଫ କରିବାକୁ ୨୫ ଲକ୍ଷ ଟଙ୍କାର ଅର୍ଥ ଦାବି କରାଯାଇଛି।

ସମ୍ବନ୍ଧିତ ଖବର