ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ନୂଆ ସିଡିଏସ୍‌

ନୂଆଦିଲ୍ଲୀ : ଦେଶର ନବନିଯୁକ୍ତ ସିଡିଏସ୍‌ ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି। ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କର ଗତବର୍ଷ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ତାମିଲନାଡ଼ୁରେ ମୃତ୍ୟୁ ହୋଇଥିଲା। ପ୍ରାୟ ୮ ମାସ ଧରି ଉକ୍ତ ପଦବି ଖାଲି ପଡ଼ିବା ପରେ ଚଳିତ ସପ୍ତାହରେ ସରକାର ନୂଆ ସିଡିଏସ୍‌ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି।

ନୂଆ ସିଡିଏସ୍‌ ଭାବେ ଦାୟିତ୍ବ ନେବା ପରେ ସେ ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସିଡିଏସ୍‌ ଜେନେରାଲ ଚୌଧୁରୀଙ୍କ ସାକ୍ଷାତକୁ ସୌଜନ୍ୟମୂଳକ ବୋଲି କୁହାଯାଇଛି। ଚୀନ ବ୍ୟାପାରରେ ଜେନେରାଲ ଚୌଧୁରୀଙ୍କର ବିଶେଷ ଜ୍ଞାନ ରହିଛି। ପୂର୍ବ ଲଦାଖରେ ଭାରତ ଏବଂ ଚୀନ ସେନା ମଧ୍ୟରେ ଦୀର୍ଘଦିନ ହେଲା ଉତ୍ତେଜନା ଲାଗି ରହିଥିବାବେଳେ ଜେନେରାଲ ଚୌହାନଙ୍କୁ ସିଡିଏସ୍‌ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର