ନୂଆଦିଲ୍ଲୀ : ସିକ୍କିମ୍ରେ ୧୦ ଜଣ ଏସ୍ଡିଏଫ୍ (ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ୍) ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ ସରିଥିବା ସିକ୍କିମ ବିଧାନସଭା ନିର୍ବାଚନରେ ବିଜେପି ଗୋଟିଏ ବି ଆସନ ପାଇପାରି ନଥିଲେ ମଧ୍ୟ ଏବେ ବିଜେପିର ଆସନ ସଂଖ୍ୟା ଶୂନରୁ ୧୦ରେ ପହଞ୍ଚିଛି। ଏହା ଫଳରେ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇପାରିବ। ଏସ୍ଡିଏଫ୍ ବିଧାୟକମାାନେ ଆଜି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିବା ପରେ ବିଜେପିରେ ଯୋଗ ଦେଇଥିଲେ। ଦକ୍ଷିଣ ପୂର୍ବରେ ବିଜେପି ସାଧାରଣ ସଚିବ ରାମ ମାଧବ ମଧ୍ୟ ଆଜିର ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ରାମମାଧବ ଗଣମାଧ୍ୟମକୁ କହିଛନ୍ତି ଯେ ଏସ୍ଡିଏଫ୍ର ବିଧାୟକ ସଂଖ୍ୟା ୧୩ ଥିବାବେଳେ ଏହି ଏହାର ବିଧାୟକମାନେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ରାଜ୍ୟରେ ବଡ଼ ପରିବର୍ତ୍ତନର ସୂତ୍ରପାତ କରିଛନ୍ତି। ବିଜେପି ସିକ୍କିମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ମୁଖ୍ୟ ଦଳ କିମ୍ବା ଆଞ୍ଚଳିକ ଦଳ ସହ ମେଣ୍ଟ କରି ଶାସନ କରି ଆସୁଛି। ଆଜି ୧୦ ଏସଡିଏଫ୍ ବିଧାୟକ ବିଜେପିରେ ଯୋଗ ଦେବାପରେ ସିକ୍କିମରେ ବିଜେପିକୁ ନୂଆ ଶକ୍ତି ମିଳିଛି। ଏସ୍ଡିଏଫ୍ର ନେତୃତ୍ବ ନେଇଥିବା ପୱନ କୁମାର ଚାମଲିଙ୍ଗ୍ ଦୀର୍ଘ ୨୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ ଚାମଲିଙ୍ଗ୍ କ୍ଷମତାଚ୍ୟୁତ ହୋଇଛି । ୩୨ ଆସନ ବିଶିଷ୍ଟ ସିକ୍କିମ ବିଧାନସଭାରେ ଏସଡିଏଫ୍ ମାତ୍ର ୧୫ଟି ଆସନ ଜିତିଥିବାବେଳେ ଏସ୍କେଏମ୍ (ସିକ୍କିମ କ୍ରାନ୍ତି ମୋର୍ଚ୍ଚା) ୧୭ଟି ଆସନରୁ ଜିତିଥିଲା।
ସିକ୍କିମ ରାଜନୀତିରେ ନୂଆ ମୋଡ଼: ୧୦ ଏସ୍ଡିଏଫ୍ ବିଧାୟକ ବିଜେପିରେ
/sambad/media/post_attachments/wp-content/uploads/2019/08/SDF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)