ଆସନ୍ତାକାଲି ବଛା ହେବେ କଂଗ୍ରେସ ଅଧ୍ୟକ୍ଷ! ମୁକୁଲ୍‌ ଓ୍ଵାସନିକ ପାଇପାରନ୍ତି ଏହି ମୁଖ୍ୟ ପଦ

ନୂଆଦିଲ୍ଲୀ: ଆସନ୍ତାକାଲି କଂଗ୍ରେସ ଦଳ ତା’ର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିପାରେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କଂଗ୍ରେସର ସାଧାରଣ ସଚିବ ମୁକୁଲ୍‌ ଓ୍ଵାସନିକ ଏହି ପଦ ପାଇପାରନ୍ତି। ସେ ପୂର୍ବରୁ ମନ୍ତ୍ରୀ ମଧ୍ୟ ହୋଇ ସାରିଛନ୍ତି।

ଯଦି ଓ୍ଵାସନିକ ଅଧ୍ୟକ୍ଷ ହୁଅନ୍ତି ତେବେ ଗତ ୨୦ ବର୍ଷ ମଧ୍ୟରେ କଂଗ୍ରେସ ପ୍ରଥମ କରି ଜଣେ ଅଣ-ଗାନ୍ଧୀଙ୍କୁ ଅଧ୍ୟକ୍ଷ ରୂପେ ପାଇବ। ଏହି ପ୍ରକିୟାରେ ଭାଗ ନେବାକୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସମସ୍ତେ ନିଜର ଅନିଚ୍ଛା ପ୍ରକାଶ କରି ସାରିଛନ୍ତି।

Business Today

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌, ଅଶୋକ ଗେହଲୋଟ, ଏକେ ଆନ୍‌ଟୋନି, ସୁଶୀଲ କୁମାର ସିନ୍ଧେ, ମଲ୍ଲିକାର୍ଜୁନ ଖର୍ଗେ ମଧ୍ୟ କଂଗ୍ରେସର ଏହି ଅଧ୍ୟକ୍ଷ ଦୌଡ଼ରେ ସାମିଲ୍‌ ଅଛନ୍ତି।

କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମ୍ରିନ୍ଦର ସିଂହ ଓ ତିରୁବନନ୍ତପୁରମ୍‌ ସାଂସଦ ଶଶୀ ଥରୁର୍‌ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ହେବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ପ୍ରିୟଙ୍କା ନିଜେ ହିଁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର