ନୂଆଦିଲ୍ଲୀ: ଜୁନ୍ ୨୩ ତାରିଖ ସକାଳ ସୁଦ୍ଧା ସମଗ୍ର ଦେଶରେ ୪୪୦୨୧୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୮୧୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୪୦୧୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୦୧୪ ରହିଛି।
The News Minuteମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୧୧ ଜଣ, ଆସାମରେ ୯ ଜଣ, ବିହାରରେ ୫୫ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୨ ଜଣ, ଦିଲ୍ଲୀରେ ୨୨୩୩ ଜଣ, ଗୋଆରେ ୧, ଗୁଜରାଟରେ ୧୬୮୪ ଜଣ, ହରିୟାଣାରେ ୧୬୯ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୮୫ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୪୨ ଜଣ, କେରଳରେ ୨୧ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୨୬ ଜଣ, ମହାରାଷ୍ଟ୍ରରେ ୬୨୮୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୫ ଜଣ, ପୁଦ୍ଦୁଚେରୀରେ ୮ ଜଣ, ପଞ୍ଜାବରେ ୧୦୧ ଜଣ, ରାଜସ୍ଥାନରେ ୩୫୬ ଜଣ, ତାମିଲନାଡୁରେ ୭୯୪ ଜଣ, ତେଲେଙ୍ଗାନାରେ ୨୧୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୨୮ ଜଣ, ଉତ୍ତରପ୍ରଦେଶରେ ୫୬୯ ଜଣ ଏବଂ ପଶ୍ଚମବଙ୍ଗରେ ୫୬୯ ଜଣ ।
Image Courtesy of Al Jazeeraସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୪୮), ଆନ୍ଧ୍ରପ୍ରଦେଶ (୯୩୭୨), ଅରୁଣାଚଳ ପ୍ରଦେଶ (୧୩୯), ଆସାମ (୫୫୮୬), ବିହାର (୭୮୨୫), ଚଣ୍ଡିଗଡ଼ (୪୧୧), ଛତିଶଗଡ଼ (୨୩୦୩), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୯୧) ଜଣ, ଦିଲ୍ଲୀ (୬୨୬୫୫), ଗୋଆ (୮୬୪), ଗୁଜରାଟ (୨୭୮୨୫), ହରିୟାଣା (୧୧୦୨୫), ହିମାଚଳ ପ୍ରଦେଶ (୭୨୭), ଜମ୍ମୁ ଓ କଶ୍ମୀର (୬୦୬୮), ଝାଡ଼ଖଣ୍ଡ (୨୧୩୭) କର୍ଣ୍ଣାଟକ (୯୩୯୯), କେରଳ (୩୩୧୦), ଲଦାଖ (୮୪୭), ମଧ୍ୟପ୍ରଦେଶ (୧୨୦୭୮), ମହାରାଷ୍ଟ୍ର (୧୩୫୭୯୬), ମଣିପୁର (୮୯୮), ମେଘାଳୟ (୪୪), ମିଜୋରାମ (୧୪୧), ନାଗାଲାଣ୍ଡ (୨୮୦), ଓଡ଼ିଶା (୫୩୦୩), ପୁଦ୍ଦୁଚେରୀ (୩୮୩), ପଞ୍ଜାବ (୪୨୩୫), ରାଜସ୍ଥାନ (୧୫୨୩୨), ସିକିମ୍ (୭୮), ତାମିଲନାଡୁ (୬୨୦୮୭), ତେଲେଙ୍ଗାନା (୮୬୭୪), ତ୍ରିପୁରା (୧୨୩୭), ଉତ୍ତରାଖଣ୍ଡ (୨୪୦୨), ଉତ୍ତରପ୍ରଦେଶ (୧୮୩୨୨) ଓ ପଶ୍ଚିମବଙ୍ଗ (୧୪୩୫୮) ।
Image Courtesy of NDTVସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୭), ଆନ୍ଧ୍ରପ୍ରଦେଶ (୪୪୯୬), ଅରୁଣାଚଳ ପ୍ରଦେଶ (୨୧), ଆସାମ (୩୫୨୧), ବିହାର (୫୭୮୧), ଚଣ୍ଡିଗଡ଼ (୩୨୨), ଛତିଶଗଡ଼ (୧୫୧୩), ଦାଦର ନଗର ହାୱେଲି (୨୭), ଦିଲ୍ଲୀ (୩୬୬୦୨), ଗୋଆ (୧୫୨), ଗୁଜରାଟ (୧୯୯୦୯), ହରିୟାଣା (୫୯୧୬), ହିମାଚଳ ପ୍ରଦେଶ (୪୩୭), ଜମ୍ମୁ ଓ କଶ୍ମୀର (୩୫୩୧), ଝାଡ଼ଖଣ୍ଡ (୧୪୬୯), କର୍ଣ୍ଣାଟକ (୫୭୩୦), କେରଳ (୧୭୪୯), ଲଦାଖ (୧୩୬), ମଧ୍ୟପ୍ରଦେଶ (୯୨୧୫), ମହାରାଷ୍ଟ୍ର (୬୭୭୦୬), ମଣିପୁର (୨୫୦), ମେଘାଳୟ (୩୭), ମିଜୋରାମ (୯) ନାଗାଲାଣ୍ଡ୍ (୧୪୧), ଓଡ଼ିଶା (୩୮୬୩), ପୁଦ୍ଦୁଚେରୀ (୧୪୯), ପଞ୍ଜାବ (୨୮୨୫), ରାଜସ୍ଥାନ (୧୧୯୧୦), ସିକିମ୍ (୨୯), ତାମିଲନାଡୁ (୩୪୧୧୨), ତେଲେଙ୍ଗାନା (୪୦୦୫), ତ୍ରିପୁରା (୭୮୨), ଉତ୍ତରାଖଣ୍ଡ (୧୫୨୧), ଉତ୍ତରପ୍ରଦେଶ (୧୧୬୦୧) ଓ ପଶ୍ଚିମବଙ୍ଗ (୮୬୮୭) ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Corona-in-India_23rd-June_Thumbnail.jpg)