ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେଲା ରାଷ୍ଟ୍ର ନିର୍ମାଣରେ ଆରଏସଏସର ଭୂମିକା

ନାଗପୁର: ନାଗପୁର ବିଶ୍ୱବିଦ୍ୟାଳୟ ଏଣିକି ଆରଏସଏସର ଇତିହାସ ପଢାଇବ | ବିଏ ଦ୍ଵିତୀୟ ବର୍ଷର ପାଠ୍ୟକ୍ରମରେ ରାଷ୍ଟ୍ର ନିର୍ମାଣରେ ଆରଏସଏସର ଭୂମିକା ବାବଦରେ ଏକ ବିଷୟକୁ ସାମିଲ କରାଯାଇଛି | ବିଏ ଦ୍ଵିତୀୟ ବର୍ଷର ସେମିଷ୍ଟାର ୪ର ୟୁନିଟ ୩ ରେ ଆରଏସଏସ ଇତିହାସ ବାବଦରେ ଉଲ୍ଲେଖ ରହିଛି | ପୂର୍ବରୁ ଏହି ୟୁନିଟରେ ସାମ୍ପ୍ରଦାୟିକତାର ଉନ୍ନତି ବାବଦରେ ଉଲ୍ଲେଖ ଥିଲା |

ତେବେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇ ଆରଏସଏସର ଉନ୍ନତି ଓ କଣ ଥିଲା ଭୂମିକା ତାହାକୁ ସାମିଲ କରାଯାଇଛି | ଏହି ସେମିଷ୍ଟାରର ପ୍ରଥମ ୟୁନିଟରେ କଂଗ୍ରେସର ସ୍ଥାପନ ଓ ଜବାହାରଲାଲ ନେହେରୁଙ୍କ ବାବଦରେ ପାଠ୍ୟକ୍ରମ ରହିଛି | ସେହିପରି ୟୁନିଟ ୨ ରେ ସବିନୟ ଅବଜ୍ଞା ଆନ୍ଦୋଳନ ବାବଦରେ ଛାତ୍ରଛାତ୍ରୀ ପାଠ ପଢିବେ |

 

ଏହାକୁ ନେଇ ନାଗପୁର ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ ଷ୍ଟଡ଼ିଜର ସଦସ୍ୟ ସତୀଶ ଚଫଲେ କହିଛନ୍ତି ଯେ ଛାତ୍ରଙ୍କୁ ଇତିହାସ ବାବଦରେ ନୂଆ ତଥ୍ୟ ଦେବାକୁ ଏଭଳି ପ୍ରୟାସ କରାଯାଇଛି | ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି | କଂଗ୍ରେସର ମୁଖପାତ୍ର ସଚିନ ସାୱନ୍ତ କହିଛନ୍ତି ଯେ ନାଗପୁର ବିଶ୍ଵବିଦ୍ୟାଳୟକୁ ସଂଘ ଓ ରାଷ୍ଟ୍ରନିର୍ମାଣର ତଥ୍ୟ କେଉଁଠାରୁ ମିଳିବ | ଆରଏସଏସ ଇଂରେଜୀ ମାନଙ୍କୁ ସମର୍ଥନ ଦେଉଥିବାବେଳେ ସ୍ୱାଧୀନତା ସଂଗ୍ରାମକୁ ବିରୋଧ କରିଆସୁଥିଲେ |

ସମ୍ବନ୍ଧିତ ଖବର