ଜେନିଭା: କରୋନା ଭାଇରସ ବାୟୁବାହିତ ବୋଲି ବୈଜ୍ଞାନିକମାନେ ଦାବି କରିବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ନୂଆ ଗାଇଡଲାଇନ ଜାରି କରିଛି। ଏହି ଗାଇଡଲାଇନ ଅନୁସାରେ ନାଇଟ କ୍ଲବ, କର୍ମସ୍ଥଳୀ, ରେସ୍ତାରାଁ ଏବଂ ଯେଉଁ ସ୍ଥାନରେ ଲୋକମାନେ ବଡ଼ ପାଟିରେ କଥାବାର୍ତ୍ତା କରନ୍ତି, ଗୀତ ବୋଲନ୍ତି, ଚତ୍କାର କରନ୍ତି, ହସନ୍ତି, ସେସବୁ ସ୍ଥାନରେ କୋଭିଡ-୧୯ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି 'ହୁ' କହିଛି। ଯେଉଁସବୁ ସ୍ଥାନରେ ପବନ ଚଳପ୍ରଚଳ କରୁନଥିବ ଏବଂ ବିଶେଷକରି ଆବଦ୍ଧ କ୍ଷେତ୍ରମାନଙ୍କୁ ଲୋକଙ୍କୁ ବାରଣ କରିଛି 'ହୁ'। ତେବେ କରୋନା ଭୂତାଣୁ ବାୟୁବାହିତ କି ନୁହେଁ ସେ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି 'ହୁ' କହିଛି। ନାକ, ପାଟି, କାନ ଏବଂ ଆଖି ମାଧ୍ୟମରେ ସଂକ୍ରମଣର ଭୟ ବେଶି ରହିଛି। ଅପରପକ୍ଷେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଡାକ୍ତର ମାରିଆ ଭାନ୍ କେର୍କୋଭ କରୋନା ଭୂତାଣୁ ବାୟୁବାହିତ ବୋଲି କହିଛନ୍ତି। କରୋନା ଭୂତାଣୁ ବାୟୁ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଡାକ୍ତର ମାରିଆ ଭାନ୍ କହିଛନ୍ତି।
ନୂଆ କୋଭିଡ-୧୯ ଗାଇଡଲାଇନ ଜାରି କଲା 'ହୁ'
/sambad/media/post_attachments/wp-content/uploads/2020/05/who-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)