ବିଦେଶୀ ଯାତ୍ରୀଙ୍କ ପାଇଁ ହଟିଲା ୭ଦିନିଆ କ୍ବାରେଣ୍ଟାଇନ ନିୟମ

ନୂଆଦିଲ୍ଲୀ: ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବା କରୋନା ସମ୍ବଳିତ ମାର୍ଗଦର୍ଶିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ସଂଶୋଧନ କରିଛନ୍ତି। ଆସନ୍ତା ୧୪ ତାରିଖରୁ ନୂଆ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ଅନ୍ତର୍ଜାତୀୟ ଯାତ୍ରୀମାନେ ଯଦି ପୂରା ମାତ୍ରା ଟିକା ନେଇଥାନ୍ତି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରିପ୍ରାପ୍ତ ଟିକାକୁ ନେଇ ଭାରତର ଯେଉଁସବୁ ଦେଶ ସହିତ ପାରସ୍ପରିକ ଗ୍ରହଣଯୋଗ୍ୟତା ରହିଛି ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଟକାଯିବ ନାହିଁ। ଏଥିସହିତ ସେମାନଙ୍କୁ ହୋମ୍ କ୍ବାରାଣ୍ଟିନରେ ରହିବାକୁ ହେବନାହିଁ କିମ୍ବା ଟେଷ୍ଟିଂ କରିବାକୁ ହେବନାହିଁ।

କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖି ସରକାର ଭାରତକୁ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ୭ ଦିନିଆ କ୍ବାରେଣ୍ଟାଇନକୁ ନିୟମକୁ ହଟାଇଛନ୍ତି। ଏହା ସହ ଧିକ ସଂକ୍ରମଣ ଥିବା ଦେଶଗୁଡ଼ିକୁ ‘ଆଟ୍ ରିସ୍କ’ ଟ୍ୟାଗ୍ ଦିଆଯଇଥିବା ବେଳେ ଏବେ ତାହା ହଟାଇଦିଆଯାଇଛି। ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଯାତ୍ରୀମାନଙ୍କୁ ବିଦେଶରୁ ଆସିବା ପରେ ୧୪ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ପଡିବ ଏବଂ ଯଦି ସେମାନେ କୋଭିଡ-୧୯ର ଲକ୍ଷଣ ଦେଖାନ୍ତି ତେବେ ସେମାନଙ୍କୁ ନିଜକୁ ଅଲଗା କରି ନିଜର କରୋନା ପରୀକ୍ଷା କରାଇବାକୁ ହେବ।

ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ନେଗେଟିଭ କୋଭିଡ-୧୯ ଆର୍‌ଟି-ପିସିଆର୍‌ ରିପୋର୍ଟ ଦେଖାଇବାକୁ ପଡ଼ୁଥିଲା। ଆଂଶିକ ଟିକା ନେଇଥିବା ଯାତ୍ରୀମାନଙ୍କୁ ପହଞ୍ଚିବା ସ୍ଥାନରେ କରୋନା ଟେଷ୍ଟ ପାଇଁ ନମୁନା ଦାଖଲ କରିବାକୁ ପଡ଼ୁଥିଲା। ଏହାପରେ ସେମାନେ ବିମାନ ବନ୍ଦରରୁ ଯାଇ ସାତ ଦିନ ପାଇଁ ଘରେ କ୍ବାରାଣ୍ଟିନରେ ରହୁଥିଲେ। ଅଷ୍ଟମ ଦିନରେ ସେମାନଙ୍କ ପୁଣି କରୋନା ପରୀକ୍ଷା କରାଯାଉଥିଲା।

ସମ୍ବନ୍ଧିତ ଖବର