ମୁମ୍ବାଇ : ମୁମ୍ବାଇରେ ଶୁକ୍ରବାର ଦିନ ୩୫୦ଟି ନୂଆ କୋଭିଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ୧୧ରୁ ପରଠାରୁ ସହରରେ ଏହା ସର୍ବାଧିକ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ମୁମ୍ବାଇରେ ସକ୍ରିୟ ମାମଲା ୧୬୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ରେ କୌଣସି ମୃତ୍ୟୁ ହୋଇନାହିଁ ବୋଲି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଏକ ବୟାନରେ କହିଛି।
ମୁମ୍ବାଇରେ ୩୫୦ ନୂଆ ସଂକ୍ରମଣ ମାମଲା, ମାସ୍କ ପିନ୍ଧିବାକୁ କହିଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2022/05/udhav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)