ପୁଣି ଋପ ବଦଳାଇଲା କରୋନା, ଓମିକ୍ରନ ପରେ ଆସିଲା ଅଧିକ ସଂକ୍ରାମକ ଥିବା ଭାରିଆଣ୍ଟ ‘ଆଇଏଚୟୁ’

ନୂଆଦିଲ୍ଲୀ: ପୁଣି ଋପ ବଦଳାଇଲା କରୋନା। ଡେଲଟା ପରେ କରୋନାର ନୂଆ ଋପ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ। ଓମିକ୍ରନ ଭଳି ସଂକ୍ରାମକ ଭାରିଆଣ୍ଟ ସହ ଲଢ଼ିବାକୁ ବିଶ୍ବ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁଣି ଋପ ବଦଳାଇ ଅଧିକ ସଂକ୍ରାମକ ଭାରିଆଣ୍ଟରେ ପରିଣତ ହୋଇଛି କରୋନା। ଓମିକ୍ରନ ପରେ ଏବେ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଣ୍ଟ ଚିହ୍ନଟ କରାଯାଇଛି, ଯାହା ଓମିକ୍ରନଠାରୁ ଅଧିକ ସଂକ୍ରାମକ ବୋଲି ଦାବି କରିଛନ୍ତି ଫ୍ରାନ୍ସର ବୈଜ୍ଞାନିକ।

ସୂଚନା ଅନୁଯାୟୀ, ଭାରିଆଣ୍ଟ ‘ଆଇଏଚୟୁ’ ୪୬ଥର ଋପ ପରିବର୍ତ୍ତନ କରିଛି। ମୂଳ କୋଭିଡ ଭୂତାଣୁ ଅପେକ୍ଷା ଏହା ଅଧିକ ସଂକ୍ରାମକ ଏବଂ ଟିକା ପ୍ରଭାବକୁ କମ କରିବାରେ ସକ୍ଷମ ବୋଲି କୁହାଯାଉଛି। ଫ୍ରାନ୍ସର ମାର୍ସେଲରୁ ୧୨ଜଣ ଏହି ନୂଆ ଭୂତାଣୁ ‘ଆଇଏଚୟୁ’ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ୧୨ଜଣ ଆଫ୍ରିକୀୟ ଦେଶ କାମେରୁନରୁ ଫେରିଥିଲେ ବୋଲି ଜଣାପଡ଼ିଛି।

Omicron के बाद Variant IHU मिला है (सांकेतिक फोटो)
aajtak

ବର୍ତ୍ତମାନ, ଭାରିଆଣ୍ଟ ‘ଆଇଏଚୟୁ’ କେତେ ମାରାତ୍ମକ ଏବଂ ସଂକ୍ରାମକ ହେବ ତାହା ସ୍ପଷ୍ଟ ହୋଇନାହିଁ। କାରଣ ବର୍ତ୍ତମାନ ସମୟରେ ଓମିକ୍ରନ୍ ଭାରିଆଣ୍ଟ ଫ୍ରାନ୍ସରେ ହଇଚଇ ସୃଷ୍ଟି କରୁଛି। ଆସୁଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ପ୍ରତିଶତ ଓମିକ୍ରନ୍ ଦ୍ବାରା ଆକ୍ରାନ୍ତ ହେଉଛନ୍ତି।

ଭାରିଆଣ୍ଟ ‘ଆଇଏଚୟୁ’ ଅନ୍ୟ ଦେଶରେ ମଧ୍ୟ ପହଞ୍ଚିଛି କି ନାହିଁ ତାହା ଜଣାପଡ଼ିନାହିଁ। ଅନ୍ୟ ଦେଶକୁ ବ୍ୟାପିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାକୁ ‘ଭାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ୍’ ନାମରେ ନାମିତ କରି ଅଧିକ ଅନୁସନ୍ଧାନ କରିବ। ଭାରିଆଣ୍ଟ ‘ଆଇଏଚୟୁ’କୁ ବି.୧.୬୪୦.୨ ମଧ୍ୟ କୁହାଯାଉଛି। ଏହା ବି.୧.୬୪୦ଠାରୁ ଭିନ୍ନ ଯାହା ସେପ୍ଟେମ୍ବରରେ କଙ୍ଗୋରେ ଚିହ୍ନଟ ହୋଇଥିଲା।

ସମ୍ବନ୍ଧିତ ଖବର