ମାର୍କଙ୍କ ଘରକୁ ଆସିଲେ ନୂଆ ଅତିଥି, କୁନି ଝିଅର ଏହି ନାମ ରଖିଲେ ଫେସବୁକ ପ୍ରତିଷ୍ଠାତା

କାଲିଫର୍ଣ୍ଣିଆ: ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ଘରକୁ ଆଜି ଏକ କୁନି ଅତିଥି ଆସିଛନ୍ତି। ବାସ୍ତବରେ ମାର୍କଙ୍କ ପତ୍ନୀ ପ୍ରିସିଲା ଚାନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜୁକରବର୍ଗ ଫେସବୁକରେ ଏହି ସୂଚନା ଦେଇଛନ୍ତି। କୁନି ଝିଅର ଫଟୋ ପୋଷ୍ଟ କରି ମାର୍କ ଲେଖିଛନ୍ତି, ‘ଓରିଲିଆ ଚାନ୍ ଜୁକରବର୍ଗ, ବିଶ୍ୱକୁ ସ୍ୱାଗତ | ତୁମେ ପ୍ରକୃତରେ ଭଗବାନଙ୍କ ଆଶୀର୍ବାଦ ଭଳି ଆମ ଜୀବନରେ ଆସିଛ’ | ଅର୍ଥାତ ଏହି କୁନି ଝିଅର ନାମ ମାର୍କ ଓରିଲିଆ ରଖିଛନ୍ତି | ସୂଚନା ଥାଉ କି ଜୁକରବର୍ଗ ଏବଂ ପ୍ରିସିଲାଙ୍କ ଏହା ତୃତୀୟ ସନ୍ତାନ ହୋଇଥିବାବେଳେ ମାର୍କ ଜୁକରବର୍ଗ ସେପ୍ଟେମ୍ବର ୨୦୨୨ରେ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ତାଙ୍କ ପତ୍ନୀ ଗର୍ଭବତୀ ଥିବାର ସୂଚନା ଦେଇଥିଲେ। ସେ କହିଥିଲେ ଯେ ସେ ତୃତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି।

ଉଲ୍ଲେଖ ଥାଉ କି ମାର୍କ ଜୁକରବର୍ଗ ତାଙ୍କର କିଛି ବନ୍ଧୁଙ୍କ ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରିସିଲା ଚାନଙ୍କୁ ଭେଟିଥିଲେ | ୨୦୦୩ରେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ | ମାର୍କ ଏବଂ ପ୍ରିସିଲା ମେ ୧୯, ୨୦୧୨ରେ ବିବାହ କରିଥିଲେ। ଜୁକରବର୍ଗଙ୍କର ଦୁଇଟି ଝିଅ ଥିଲେ | ଯାହାଙ୍କର ନାମ ମ୍ୟାକ୍ସିମା ଚାନ୍ ଜୁକରବର୍ଗ ଏବଂ ଓଗଷ୍ଟ ଚାନ୍ ଜୁକରବର୍ଗ | ଉଭୟ ଯଥାକ୍ରମେ ୨୦୧୫ ଏବଂ ୨୦୧୭ରେ ଜନ୍ମ ହୋଇଥିଲେ |

ସମ୍ବନ୍ଧିତ ଖବର