ବିଜେପିର ଦିଲ୍ଲୀ ପ୍ରଦେଶ  ପୂର୍ବତନ ଅଧ୍ୟକ୍ଷ ତଥା ବିଧାୟକ ମାଙ୍ଗେରାମ୍ ଗର୍ଗଙ୍କ ପରଲୋକ

ନୂଆଦିଲ୍ଲୀ: ଆଜି (ରବିବାର)  ବିଜେପିର ଦିଲ୍ଲୀ ପ୍ରଦେଶ  ପୂର୍ବତନ ଅଧ୍ୟକ୍ଷ ତଥା ବିଧାୟକ  ମାଙ୍ଗେରାମ୍ ଗର୍ଗଙ୍କ ପରଲୋକ ଘଟିଛି । ସେ ଦୀର୍ଘ ସମୟରୁ ରୋଗରେ ପୀଡ଼ିତ ଥିଲେ ଏବଂ ଦିଲ୍ଲୀର ଏକ୍ସନ୍ ବାଲାଜୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରବିବାର ସକାଳ ୮ ଟାରେ ସେ ଇହଧାମ ତ୍ୟାଗ କରିଛନ୍ତି ।

ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସସ୍ଥାନରେ ରଖାଯାଇଛି । ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ତାଙ୍କ ଶରୀରକୁ ଦର୍ଶନ ପାଇଁ ରଖାଯିବାପରେ ୧୨ ଟାରୁ ୧ ମଧ୍ୟରେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ମାଙ୍ଗେରାମ୍ ଗର୍ଗ ତାଙ୍କ ଶରୀରକୁ ଦାନ କରିବା ପାଇଁ ସଂକଳ୍ପ କରିଥିଲେ । ବିଜେପି କାର୍ଯ୍ୟାଳୟରୁ ତାଙ୍କ ପାର୍ଥିବ ଶରୀରକୁ ଦେହଦାନ ପାଇଁ ୧.୦୦ ସମୟରେ ଡାକ୍ତରଖାନା ନିଆଯିବ ।

photo-indiatoday

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ନିର୍ବାଚନ ରଣନୀତିରେ ପ୍ରଚାରକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଜେପି ନେତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ଏହି ନେତାମାନଙ୍କ ମଧ୍ୟରେ ଥିଲେ ମାଙ୍ଗେରାମ୍ ଗର୍ଗ ମଧ୍ୟ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଙ୍ଗେରାମ୍ ଗର୍ଗଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର