ପୁଣି ରୂପ ବଦଳାଉଛି କରୋନା ଭୂତାଣୁ, ସତର୍କ ନହେଲେ ଚିନ୍ତାର କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଣ୍ଟ: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଅଧିକ ଆକ୍ରମଣାତ୍ମକ ବି.୧.୬୧୭.୨ ଷ୍ଟ୍ରେନ୍‌ର ପରିବର୍ତ୍ତିତ ସଂସ୍କରଣ ଡେଲଟା ଭାରିଆଣ୍ଟ କେତେ ଭୟଙ୍କର ଥିଲା ତାହା ସାରା ଭାରତ ଦେଖିଛି | କରୋନା ଭୂତାଣୁର ପ୍ରଥମ ଲହର ପରେ ଲୋକେ କଟକଣା ନମାନିବାରୁ କରୋନା ଭୂତାଣୁ ନିଜ ରୂପ ବଦଳାଇ ଅଧିକ ଶକ୍ତିଶାଳୀ ହେବା ସହ ଭାରତରେ କରୋନାର ଦ୍ଵିତୀୟ ଲହର ତାଣ୍ଡବ ରଚିଥିଲା | ଏବେ କରୋନା ଭୂତାଣୁ ପୁଣି ନିଜ ରୂପ ବଦଳାଉଛି | ଯଦି ଏବେ ଲୋକେ ସତର୍କ ନହେବେ ତେବେ ତୃତୀୟ ଲହରରେ ଡେଲଟା ଭାରିଆଣ୍ଟର ପରିବର୍ତ୍ତିତ ସଂସ୍କରଣ ଡେଲଟା ପ୍ଲସ ଭାରିଆଣ୍ଟ ଚିନ୍ତାର କାରଣ ହୋଇପାରେ ବୋଲି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି |

New Delta Plus Variant Could Become A Variant Of Concern: AIIMS Chief
ndtv.com

ସେ କହିଛନ୍ତି, ଡେଲଟା ପ୍ଲସ୍ ହେଉଛି ଏକ ପ୍ରକାର ଯାହାକି ଡେଲଟା ଭାରିଆଣ୍ଟର ସହ ପାଖା ପାଖି ସମାନ ବଂଶ ଅଟେ | ହେଲେ ସାମାନ୍ୟ ପରିବର୍ତ୍ତନ ସହିତ ଡେଲଟା ଭାରିଆଣ୍ଟରେ ଆଉ ଏକ ମ୍ୟୁଟେସନ୍ ହୋଇଛି, ଯାହା ଚିନ୍ତାର କାରଣ ହୋଇପାରେ | କାରଣ ମ୍ୟୁଟେସନ୍ ସହିତ ଭୂତାଣୁର ସଂକ୍ରାମକତା ବି ବଦଳେ | ଏବେ ଆମେ କେବଳ ତାହା ଉପରେ ନଜର ରଖିପାରିବା | ଆମକୁ ଏହି ଭୂତାଣୁକୁ ସହଜରେ ନେବା ଉଚିତ ନୁହେଁ | ବଞ୍ଚିବା ତଥା ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଏହି ଭୂତାଣୁ ନିଜର ରୂପ ବଦଳାଉଛି | ତେଣୁ ଆମକୁ ସତର୍କ ହେବାକୁ ପଡିବ ଏବଂ ଏହି ଭୂତାଣୁଠାରୁ ଆଗରେ ରହିବାକୁ ପଡିବ। ବ୍ରିଟେନ ମାସ ମାସ ଧରି ଲକଡାଉନ କରି ପରେ ଲକଡାଉନ କୋହଳ କରିବା ପରେ ଡେଲଟା ଭାରିଆଣ୍ଟ ପୁଣି ସଂକ୍ରମଣ ବଢ଼ାଇଦେଲା | ଏହାର ଅର୍ଥ ଆମେ ମଧ୍ୟ ସମାନ ଅସୁରକ୍ଷିତ ଅବସ୍ଥାରେ ଅଛୁ ଏବଂ ଯଦି ଆମେ ବର୍ତ୍ତମାନ ଠାରୁ ସାବଧାନ ନହେବା ତେବେ ଆମର ମଧ୍ୟ ପୁନର୍ବାର ସମାନ ପରିସ୍ଥିତି ହେବ | ସେଥିପାଇଁ ଆମକୁ ଅତ୍ୟଧିକ ସତର୍କ ହେବା ଆବଶ୍ୟକ ଏବଂ କରୋନା କଟକଣା ମାନିବ ଆବଶ୍ୟକ |

ସମ୍ବନ୍ଧିତ ଖବର