ଲଖନଉ: ଆପଣଙ୍କ ପିଲା ହୁଅନ୍ତୁ କି ଆପଣ ପିଲାଦିନେ ଇଂରାଜୀ ଶିଖିବାକୁ ଏ ଫର ଆପଲ, ବି ଫର ବଲର ଘୋଷା ଅନେକ ଥର କରିଥିବେ | ଇଂରାଜୀ ଅକ୍ଷରଗୁଡିକୁ ସହଜରେ ମନେ ରଖିବା ପାଇଁ ଚାରିପାଖରେ ଦେଖୁଥିବା କିଛି ସାମଗ୍ରୀ ସହ ସାମଞ୍ଜସ୍ୟ ସ୍ପେଲିଂକୁ ନେଇ ସାଧାରଣତଃ ବହିରେ ଉଲ୍ଲେଖ ରହିଥାଏ | ତେବେ ବର୍ତ୍ତମାନ ଉତ୍ତରପ୍ରଦେଶର ଏକ ବିଦ୍ୟାଳୟ କାହିଁ କେତେ କାଳରୁ ଚାଲିଆସୁଥିବା ଏହି ଧାରାକୁ ବଦଳାଇବାକୁ ଚେଷ୍ଟା କରିଛି | ଆଉ ଏହି ବିଦ୍ୟାଳୟ ଇଂରାଜୀ ଅକ୍ଷରଗୁଡିକ ସହ ଭାରତୀୟ ମହାପୁରୁଷ , ପୌରାଣିକ ଚରିତ୍ରମାନଙ୍କୁ ସାମିଲ କରିଛି | ଉଦାହରଣ ସ୍ୱରୂପ ଏ ଫର ଆପଲ ବଦଳରେ ଏ ଫର ଅର୍ଜୁନ, ବି ଫର ବଲ ବଦଳରେ ବି ଫର ବଳରାମ ଉଲ୍ଲେଖ କରିଛି | ସେହିପରି ସି ଫର ଚାଣକ୍ୟ ବୋଲି ଲେଖାଯାଇଛି |

Advertisment

publive-image

ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାୟୀ ଏହି ପଦ୍ଧତି ମାଧ୍ୟମରେ ପିଲାମାନେ ପୁରାଣ ଏବଂ ଐତିହାସିକ ଜ୍ଞାନ ପାଇବେ। ଏହି ପୁସ୍ତକର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ହେଉଥିବା ବହିରେ, ଏ ରୁ ଜେଡ ପର୍ଯ୍ୟନ୍ତ ଅକ୍ଷରର ଅର୍ଥ ଭାରତୀୟ ପୌରାଣିକ ଇତିହାସ ବିଷୟରେ ବର୍ଣ୍ଣନା କରୁଛି | ଉତ୍ତରପ୍ରଦେଶର ଲଖନଉର ଅମିନାବାଦରେ ଥିବା ଅମିନାବାଦ ଇଣ୍ଟର କଲେଜ ପକ୍ଷରୁ ଏହି ନୂଆ ବର୍ଣ୍ଣମାଳା ଆରମ୍ଭ କରାଯାଇଛି | ବହିରେ ଅକ୍ଷରଗୁଡିକରୁ ସୃଷ୍ଟି ହୋଇଥିବା ଶବ୍ଦ ସହ ଏହାକୁ ବ୍ୟାଖ୍ୟା କରି ଏହା ବିଷୟରେ କୁହାଯାଇଛି |

ଉଦାହରଣ ସ୍ୱରୂପ ଏ ଫର ଅର୍ଜୁନ ଲେଖାଯାଇ କୁହାଯାଇଛି ଯେ ସେ ଜଣେ ମହାନ ଯୋଦ୍ଧା | ପୁସ୍ତକ ବିଷୟରେ ଅମିନାବାଦର ପ୍ରଧାନଶିକ୍ଷକ ସାହେବ ଲାଲ ମିଶ୍ର କହିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କର ଭାରତୀୟ ସଂସ୍କୃତି ବିଷୟରେ କୌଣସି ଜ୍ଞାନ ନାହିଁ, ତେଣୁ ସେମାନଙ୍କର ବୃଦ୍ଧି ପାଇଁ ଏହା କରାଯାଇଛି | ଜ୍ଞାନ ସହ ଏହା ଛାତ୍ରମାନଙ୍କୁ ଭାରତୀୟ ସଂସ୍କୃତି ସହିତ ପରିଚିତ ହେବାରେ ସାହାଯ୍ୟ କରିବ |