ନୂଆଦିଲ୍ଲୀ: ଅଗଷ୍ଟ ଶେଷ ସୁଦ୍ଧା କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ନୂଆ କାର୍ଯ୍ୟକାରୀ ସଭାପତି ମିଳିବାର ସମ୍ଭାବନା ରହିଛି। ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦଳର ପରବର୍ତ୍ତୀ ନେତୃତ୍ୱକୁ ନେଇ କଳ୍ପନାଜଳ୍ପନା ବଢ଼ିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୪ରେ ଶେଷ ହୋଇଥିଲେ ହେଁ ଗତ ବର୍ଷ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପାରିତ ହୋଇଥିବା ଏକ ସଂକଳ୍ପ ଅନୁଯାୟୀ ଦଳର ନୂତନ ସଭାପତି ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ।

Advertisment

କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଠନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି ଏବଂ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ୨୦୨୫ ଜାନୁଆରି ପୂର୍ବରୁ ବିଜେପିର ନୂଆ ସଭାପତି ନିର୍ବାଚନ ହେବାର ସମ୍ଭାବନା ନାହିଁ। ତେଣୁ ଦଳ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇପାରେ। କାରଣ ଆଗାମୀ ଦିନରେ ଅନେକ ବଡ଼ ନିର୍ବାଚନ ହେବାକୁ ଥିବା ବେଳେ ଦଳର ଦାୟିତ୍ୱ ନେବା ପାଇଁ ଜଣେ ପୂର୍ଣ୍ଣକାଳୀନ ଦଳର ସଭାପତିଙ୍କ ଆବଶ୍ୟକତା ରହିଛି।

ସୂଚନା ଅନୁସାରେ, କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ପରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହେବା ପ୍ରକ୍ରିୟାରେ ନଡ୍ଡା ପରାମର୍ଶଦାତା ପଦରେ ରହିବେ।