ଏବେ ‘ଏକ୍ସ’ରେ ପୋଷ୍ଟ କରିହେବ ଫିଲ୍ମ, ଟିଭି ସିରିଜ ଓ ପଡକାଷ୍ଟ, ଏଲନ ମସ୍କଙ୍କ ଘୋଷଣା

ନୂଆଦିଲ୍ଲୀ: ଏଲନ୍ ମସ୍କ ଟ୍ୱିଟର ନେତୃତ୍ବ ନେବା ପରେ ଏଥିରେ ଅନେକ ପରିବର୍ତ୍ତନ କରିଚାଲିଛନ୍ତି ।  ୟୁଜର୍ସଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ମସ୍କ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ କ୍ରମାଗତ ଭାବେ ନୂଆ ନୂଆ ଫିଚର ଯୋଡୁଛନ୍ତି । ଯଦି ଆପଣ ମଧ୍ୟ ଟ୍ୱିଟର ଅର୍ଥାତ ଏକ୍ସ ବ୍ୟବହାର କରୁଛନ୍ତି ତେବେ ଏବେ ଆପଣଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି ।

ପୂର୍ବରୁ ଏକ୍ସରେ ଏବେ ଅଡିଓ ଏବଂ ଭିଡିଓ ଫିଚରର ଫିଚର ଯୋଡ଼ାଯାଇଥିଲା । ଏବେ ଆଉ ଏକ ଆଶ୍ଚର୍ଯ୍ୟଜନକ ଫିଚର ମିଳିଛି । ଏବେ ଆପଣ ଏକ୍ସରେ ଫିଲ୍ମ, ଟିଭି ସିରିଜ ଏବଂ ପଡକାଷ୍ଟ ମଧ୍ୟ ପୋଷ୍ଟ କରିପାରିବେ । ଏକ୍ସର ଏହି ନୂଆ ଫିଚର୍ସ ଦ୍ୱାରା ୟୁଜର ଓ କଣ୍ଟେଣ୍ଟ କ୍ରିଏଟରଙ୍କୁ ଟଙ୍କା ରୋଜଗାରର ଏକ ନୂଆ ଉପାୟ ମିଳିବ ।

ଏଲନ୍ ମସ୍କ ଟ୍ୱିଟ୍ କରି ଟ୍ୱିଟରର ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି । ସେ ତାଙ୍କ ଭଉଣୀ ଟୋସ୍କା ମସ୍କଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି କହିଛନ୍ତି ଯେ ବର୍ତ୍ତମାନ ଏକ୍ସ ବ୍ୟବହାରକାରୀ ମାନେ ପ୍ଲାଟଫର୍ମରେ ଟିଭି ସିରିଜ୍, ଚଳଚ୍ଚିତ୍ର ଏବଂ ପୋଡକାଷ୍ଟ ମଧ୍ୟ ପୋଷ୍ଟ କରିପାରିବେ । ଟ୍ୱିଟରରେ ଫିଲ୍ମ ଏବଂ ପଡକାଷ୍ଟ ସେୟାର କରିବାକୁ ହେଲେ ଆପଣଙ୍କୁ ସବସ୍କ୍ରାଇବ୍ କରିବାକୁ ପଡିବ ।

 

ସମ୍ବନ୍ଧିତ ଖବର