ଓ୍ଵାଘା ସୀମାରେ ଭାରତ ଓ ପାକିସ୍ତାନ ଲଗାଇବେ ନୂଆ ଗେଟ୍‌

ନୂଆଦିଲ୍ଲୀ : ଅମୃତସର ନିକଟବର୍ତ୍ତି ଓ୍ଵାଘାଠାରେ ଭାରତ-ପାକିସ୍ତାନ ସୀମା ବେଶ ପ୍ରସିଦ୍ଧ । ପ୍ରତିଦିନ ଏହି ସୀମାରେ ଥିବା ଭାରତ ଓ ପାକିସ୍ତାନ ପକ୍ଷରୁ ଅନୁଷ୍ଠିତ ହୋଇଥାଏ ଚିତ୍ତାକର୍ଷକ ପରେଡ । ପାକିସ୍ତାନ ପକ୍ଷରୁ ରେଞ୍ଜର୍ସ ଓ ଭାରତ ପକ୍ଷରୁ ବିଏସଏଫ ଏହି ପ୍ୟାେରେଡରେ ଭାଗ ନିଅନ୍ତି । ଏହାକୁ ଦେଖିବାକୁ ଉଭୟ ଦେଶର ଜନତା ସମବେତ ହୋଇଥାନ୍ତି । ଏହି ପ୍ୟାରେଡର ଏକ ମୁଖ୍ୟ ଅଂଶ ହେଲା ଏକ ସ୍ୱତନ୍ତ୍ର ଢଙ୍ଗରେ ଉଭୟ ପକ୍ଷର ଗେଟ୍‌କୁ ଏକ ସ୍ୱତନ୍ତ୍ର ଢଙ୍ଗରେ ଖୋଲିବା । ଏବେ ଖବର ମିଳିଛି ଯେ ଉଭୟ ଦେଶ ପକ୍ଷରୁ ନିଜ ନିଜର ଗେଟକୁ ବଦଳାଯିବ । ଏ ନେଇ ଗାତ ଖୋଳା ଆରମ୍ଭ ହୋଇ କଂକ୍ରିଟ କାମ ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୧୪ ସୁଦ୍ଧା କାମ ଶେଷ କରିବାକୁ ଉଭୟ ଦେଶ ଲକ୍ଷ୍ୟ ରଖିଛନ୍ତି । ନୂଆ ଗେଟକୁ ଆହୁରି ଆକର୍ଷଣୀୟ କରାଯିବ ବୋଲି ସୂଚନା ମିଳିଛି । ଏହା ସହିତ ଦର୍ଶକ ଗ୍ୟାଲେରୀରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇ ଅଧିକ ଦର୍ଶକଙ୍କ ପାଇଁ ସ୍ଥାନ ସୃଷ୍ଟି କରାଯିବ ଓ ପାର୍କିଂ ସ୍ଥାନକୁ ଅଧିକ ବଡ଼ କରାଯିବ ।

ସମ୍ବନ୍ଧିତ ଖବର