ନୂଆଦିଲ୍ଲୀ : ବନଓ୍ଵରିଲାଲ ପୁରୋହିତ ଆଜି ତାମିଲନାଡ଼ୁର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଚେନ୍ନାଇର ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଆଜି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ପୁରୋହିତଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଡାପଡି ପଲାନିସାମି ଏବଂ ତାଙ୍କ କ୍ୟାବିନେଟ ସହକର୍ମୀ, ଡିଏମକେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ବିରୋଧି ଦଳର ନେତା ଏହି ଉତ୍ସବରେ ଉପସ୍ଥିତ ଥିଳେ। ପୂର୍ବରୁ ଆସାମ ରାଜ୍ୟପାଳ ଥିବା ପୁରୋହିତ ରାଜ୍ୟପାଳ ସିଏଚ ବିଦ୍ୟାସାଗର ରାଓଙ୍କ ସ୍ଥାନ ଗ୍ରହଣ କରିବେ। ୨୦୧୬ ଅଗଷ୍ଟରେ କେ ରୋସେୟାଙ୍କ ଅବସର ପରେ ସେ ପ୍ରଥମ ପୂର୍ଣ୍ଣକାଳିନ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ମହାରାଷ୍ଟ୍ରର ବିଦର୍ଭ ଜିଲ୍ଲାର ଜଣେ ବରିଷ୍ଠ ରାଜନେତା ପୁରୋହିତ ନାଗପୁର ନିିର୍ବାଚନ ମଣ୍ଡଳୀରୁ ୩ଥର ଲୋକସଭା ସଦସ୍ୟ ରହିଛନ୍ତି। ୧୯୭୭ରେ ସେ ତାଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ କଂଗ୍ରେସ ଟିକେଟ୍ରେ ୧୯୭୯ ଏବଂ ୧୯୮୦ରେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp