ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୪ ରାଜ୍ୟ ତାମିଲନାଡ଼ୁ, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ନାଗାଲାଣ୍ଡ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ତାମିଲନାଡ଼ୁର ରାଜ୍ୟପାଳ ଥିବା ବନୱରିଲାଲ ପୁରୋହିତଙ୍କୁ ପଞ୍ଜାବ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେ ତାମିଲନାଡ଼ୁ ରାଜ୍ୟପାଳ ସହିତ ପଞ୍ଜାବର ଅତିରିକ୍ତ ଦାୟିତ୍ବରେ ଥିଲେ। ନାଗାଲାଣ୍ଡର ରାଜ୍ୟପାଳ ଆର୍ ଏନ୍ ରବିଙ୍କୁ ତାମିଲନାଡ଼ୁର ରାଜ୍ୟଭାବେ ନିଯୁକ୍ତ କରାଯାଇଛି। ଉତ୍ତରାଖଣ୍ଡର ରାଜ୍ୟପାଳ ପଦରୁ ବେବି ରାଣୀ ମୌର୍ଯ୍ୟ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁର୍ମିତ ସିଂହଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଆସାମ ରାଜ୍ୟପାଳ ଥିବା ଜଗଦୀଶ ମୁଖିଙ୍କୁ ନାଗାଲାଣ୍ଡର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ନାଗାଲାଣ୍ଡରେ ନୂଆ ରାଜ୍ୟପାଳ ନିଯୁକ୍ତ ହେବା ଯାଏଁ ସେ ଏହି ଦାୟିତ୍ବ ସମ୍ଭାଳିବେ। ସଂପୃକ୍ତ ରାଜ୍ୟପାଳମାନେ ସେମାନଙ୍କ ଦାୟିତ୍ବ ନେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାଯାଇଛି।
୪ ରାଜ୍ୟରେ ନୂଆ ରାଜ୍ୟପାଳ
/sambad/media/post_attachments/wp-content/uploads/2021/09/president-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)