ନୂଆଦିଲ୍ଲୀ: ଅନ୍ଲକ୍ ୩.୦ରେ ଆସନ୍ତା ୫ ତାରିଖରୁ ଦେଶରେ ଜିମ୍ ଓ ଯୋଗ ପ୍ରତିଷ୍ଠାନ ଗୁଡ଼ିକ ଖୋଲିବ। ଆଜି ଏସବୁ ପ୍ରତିଷ୍ଠାନ ଗୁଡ଼ିକରେ ଯେଭଳି କରୋନା ସଂକ୍ରମଣ ନବ୍ୟାପିବ ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି। ସେହି ନିୟମାବଳି ଗୁଡ଼ିକ ହେଲା
୧.ଅବରୋଧ ଅଂଚଳରେ ଥିବା ଜିମ୍ ଓ ଯୋଗ ପ୍ରତିଷ୍ଠାନ ଖୋଲିବ ନାହିଁ। ସେଠାକୁ ସାଧାରଣ ଲୋକ ଯାଇପାରିବେ ନାହିଁ।
୨. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମୟେ ସମୟେ ପ୍ରକାଶ ପାଉଥିବା ସବୁ ନିୟମାବଳି ପାଳନ ହେବ।
୩. ୬୫ ବର୍ଷରୁ ଅଧିକ ୧୦ ବର୍ଷରୁ କମ୍ ବୟସର ବ୍ୟକ୍ତି, ଗର୍ଭବତୀ ମହିଳାଙ୍କୁ ଜିମ୍ରେ ପ୍ରବେଶ ଅନୁମତି ମିଳିବ ନାହିଁ।
୪. ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତା ବଜାୟ ରଖିବେ। ପରସ୍ପରଠାରୁ ୬ ଫୁଟ ଦୂରରେ ରହିବେ।
୫. ପରିସର ଭିତରେ ମାସ୍କ ପିନ୍ଧିବା ଜରୁରୀ। ତେବେ ବ୍ୟାୟାମ କରିବା ସମୟରେ ନିଶ୍ବାସ ନେବାରେ କଷ୍ଟ ହେବାକୁ ଥିବାରୁ ଲୋକମାନେ ଭାଇଜର ପିନ୍ଧିପାରିବେ।
୬.ବାରମ୍ବାର ସାବୁନରେ ହାତକୁ ୪୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ସଫା କରିବା ଓ ଆଲକହଲଯୁକ୍ତ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି।
୭.ଛିଙ୍କିବା, କାଶିବା ସମୟରେ ନାକ ଓ ପାଟିକୁ ଟିସ୍ୟୁ ପେପର, କପଡ଼ା କିମ୍ବା କହୁଣୀ ଆଦିରେ ଘୋଡ଼ାଇ ରଖିବାକୁ ହେବ। ବ୍ୟବହୃତ ଟିସ୍ୟୁ ପେପରକୁ ଉପଯୁକ୍ତ ସ୍ଥାନରେ ପକାଇବାକୁ ପଡ଼ିବ।
୮. ପରିସରରେ ଛେପ ପକାଇବାକୁ କଡ଼ାକଡ଼ି ବାରଣ କରାଯାଇଛି।
୯.ସମସ୍ତେ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବେ।
୧୦.କୌଣସି ପ୍ରକାର ରୋଗ କିମ୍ବା ରୋଗର ଲକ୍ଷଣ ଦେଖାଦେଲେ ନିକଟତମ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ କୁହାଯାଇଛି।
୧୧.ଜିମ୍ ଓ ଯୋଗ ପ୍ରତିଷ୍ଠାନର ପ୍ରବେଶ ଦ୍ବାର, କୋଠା, ଗାଧୁଆଘର, ଶୌଚାଳୟ ଓ ମେସିନ ଆଦିକୁ ବାରମ୍ବାର ବିଶୋଧନ କରାଯିବ।
୧୨. ବିନା ସ୍ପର୍ଶରେ ଓ କାର୍ଡରେ ଦେୟ ପ୍ରଦାନକୁ ପ୍ରୋତ୍ସାହିତ କରାଯିବ।
୧୩. ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ କେବଳ ଅନୁମତି ଦିଆଯିବ। ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ। ଏକାଥରେ ସମସ୍ତଙ୍କୁ ବ୍ୟାୟାମ ଓ ଯୋଗ କରିବାର ସୁଯୋଗ ଦିଆ ନଯାଇ ବ୍ୟାଚ ହିସାବରେ କରାଯିବ।
୧୪. ସ୍ପା, ଷ୍ଟିମ୍ ବାଥ୍ ଓ ସ୍ବିମିଂ ପୁଲ୍ ଆଦି ବନ୍ଦ ରହିବ।
ଜିମ୍ ଓ ଯୋଗ ପ୍ରତିଷ୍ଠାନ ପାଇଁ ଆସିଲା ନିୟମାବଳି
/sambad/media/post_attachments/wp-content/uploads/2020/08/gyms.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)