ବିମାନ ଯାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳି

ନୂଆଦିଲ୍ଲୀ : ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଘରୋଇ ଯାତ୍ରୀଙ୍କ ପାଇଁ ପ୍ୟାକିଂ ଖାଦ୍ୟ, ମୃଦୁ ପାନୀୟ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ଗରମ ରନ୍ଧା ଖାଦ୍ୟ ଓ ଆଲ୍‌କୋହଲ ଅନୁମତି ମିଳିଛି। ସେହିଭଳି ବିମାନ ଯାତ୍ରାରେ ମନୋରଞ୍ଜନକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ବିମାନର କ୍ରିଉ ସଦସ୍ୟ ହାତରେ ଗ୍ଲୋବ୍‌ସ ପିନ୍ଧି ଯାତ୍ରୀଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପରିବେଷଣ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ପ୍ରକାଶ କରିଛନ୍ତି। ପୂର୍ବରୁ ଘରୋଇ ବିମାନରେ ଯାତ୍ରୀଙ୍କୁ ଖାଦ୍ୟ ଓ ପାଣି ବୋତଲ ଯୋଗା‌ଇ ଦିଆଯାଉ ନଥିଲା। କିନ୍ତୁ ବର୍ତ୍ତମାନ ଯାତ୍ରୀଙ୍କୁ ପ୍ୟାକିଂ ଖାଦ୍ୟ, ମୃଦୁ ପାନୀୟ, ସ୍ନାକ୍‌ସ ଯୋଗାଇ ଦିଆଯିବ। ସେହିଭଳି ପୂର୍ବରୁ ଅନ୍ତର୍ଜାତୀୟ ବିମାନରେ ଚା, କଫି, ରନ୍ଧା ଖାଦ୍ୟ କିମ୍ବା ଆଲ୍‌କହଲର ଅନୁମତି ନଥିଲା। ମାତ୍ର ଏବେଠୁ ଯାତ୍ରୀମାନଙ୍କୁ ଏସବୁ ସୁବିଧା ଯୋଗେଇ ଦିଆଯିବ।

ସମ୍ବନ୍ଧିତ ଖବର