ନୂଆଦିଲ୍ଲୀ: ମହାମାରୀ କୋଭିଡ୍–୧୯ର ସଂକ୍ରମଣରେ ପ୍ରତିବନ୍ଧକ ଆଣିବା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବା ହିଁ ଶ୍ରେୟ ବୋଲି କୁହାଯାଉଛିା ତେବେ କେଉଁ କରୋନା ଆକ୍ରାନ୍ତମାନେ ନିଜ ଘରେ ଏକାନ୍ତବାସରେ ରହିପାରିବେ ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ଏକ ନିେର୍ଦ୍ଦଶାବଳୀ ଜାରି କରିଛନ୍ତିା ତଦନୁସାରେ ମୁଖ୍ୟତଃ ସଂକ୍ରମଣ ସିକୁଳିରେ ବିଚ୍ଛିନ୍ନତା ଆଣିବା ଲାଗି କୋଭିଡ୍–୧୯ର ସାମାନ୍ୟ ଲକ୍ଷଣ ପ୍ରଦର୍ଶନ କରୁଥିବା କିମ୍ବା ଆଦୌ ଲକ୍ଷଣ ଦେଖାଉଥିବା ଆକ୍ରାନ୍ତମାନେ ହିଁ ନିଜ ଘରେ ଏକାନ୍ତବାସରେ ରହିପାରିବୋ ତେବେ ସେଥିପାଇଁ କିଛି ନୀତିନିୟମ ମଧ୍ୟ ପାଳନ କରିବା ଜରୁରୀ ବୋଲି କୁହାଯାଇଛିା ସୂଚନାଯୋଗ୍ୟ, ପୂର୍ବରୁ ରହିଥିବା ନିୟମାବଳୀ ଅନୁଯାୟୀ କୋଭିଡ୍–୧୯ ସଂକ୍ରମଣ ଜାରି ରହିଥିବା ଅବସ୍ଥାରେ କୌଣସି ରୋଗୀଠାରେ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଲେ ତାଙ୍କୁ ନିର୍ଦ୍ଦିଷ୍ଟ କୋଭିଡ୍ କେନ୍ଦ୍ର ବା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିହେବାକୁ ପଡି଼ବା ସେହିପରି ରୋଗୀଠାରେ ଅତିଶୟ ବା ଗୁରୁତର ଲକ୍ଷଣ ଦେଖାଗଲେ ତାଙ୍କୁ କୋଭିଡ୍ ଡାକ୍ତରଖାନାରେ ହିଁ ଚିକିତ୍ସିତ ହେବାକୁ ପଡି଼ବା ତେବେ ସାମାନ୍ୟ ଲକ୍ଷଣ ଥିବା କିମ୍ବା ଆଦୌ ଲକ୍ଷଣ ଜଣାପଡୁନଥିବା ପୀଡି଼ତଙ୍କୁ ଘରେ ସଂଗରୋଧରେ ରହିବା ପାଇଁ ନିୟମ ରହିଥିଲା। ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟ ବିଧି ବ୍ୟବସ୍ଥା ଅନୁସାରେ ରୋଗୀକୁ ନିମ୍ନ ମତେ ଅନୁପାଳନ କରିବାକୁ ହେବା ପ୍ରଥମତଃ ନୈଦାନିକ ସ୍ତରରେ ସଂପୃକ୍ତ ପୀଡି଼ତଙ୍କର ଅତି ସାମାନ୍ୟ ଲକ୍ଷଣ ରହିଛି କିମ୍ବା ଲକ୍ଷଣର ପୂର୍ବାବସ୍ଥା ରହିଛି ତାଙ୍କୁ ଦେଖାଶୁଣା କରୁଥିବା ଚିକିତ୍ସାଧିକାରୀ ସ୍ପଷ୍ଟ କରିବେ। ପୀଡି଼ତଙ୍କ ଘରେ ଏକାନ୍ତବାସ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧ ହୋଇପାରୁଥିବା ଏପରିକି ପରିବାରର ଅନ୍ୟମାନଙ୍କ ଠାରୁ ସଂଗରୋଧରେ ରହିବା ପାଇଁ ମଧ୍ୟ ପରିବେଶ ରହିଥିବା ତାଙ୍କର ଯତ୍ନ ନେବା ପାଇଁ ଉଦ୍ଦିଷ୍ଟ ସେବାକାରୀଙ୍କୁ ଚବିଶଘଣ୍ଟିଆ ସତର୍କ ରହିବାକୁ ପଡି଼ବ। ସେହିପରି ଆକ୍ରାନ୍ତ ଜଣକ ଘରେ ଏକାନ୍ତବାସରେ ରହିବା ସମୟ ତକ ସଂପୃକ୍ତ ସେବକଙ୍କ ସହ ଡାକ୍ତରଖାନାର ସିଧାସଳଖ ଯୋଗାଯୋଗ ବଜାୟ ରହିିବା ଆବଶ୍ୟକା ସଂପୃକ୍ତ ସେବା ପ୍ରଦାନକାରୀ ଏବଂ ପୀଡି଼ତଙ୍କ ସଂସ୍ପର୍ଶରେ ଆସୁଥିବା ଅନୁରୂପ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶର୍ ଅନୁଯାୟୀ ହାଇଡ୍ରକ୍ସିକ୍ଲୋରୋକ୍ବିନ୍ ପ୍ରଫିଲାକ୍ସିସ ଔଷଧର ଆବଶ୍ୟକ ମାତ୍ରା ନେବାକୁ ପଡି଼ବା
କିଏ ଓ କେମିତି କାଟିିପାରିବେ ଗୃହ ଏକାନ୍ତବାସ, କୋଭିଡ୍–୧୯ ସଂକ୍ରାନ୍ତ ନୂଆ ନିର୍ଦ୍ଦେଶାବଳୀ
/sambad/media/post_attachments/wp-content/uploads/2020/04/dg57j98dg7jk8d9jdgdgdgdgdgdgdgdgdgdgdgdgdgdgdgdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)