ପ୍ରଥମ ସାଥୀ ବଞ୍ଚିଥିଲେ ଦ୍ବିତୀୟ ବିବାହ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ

ପାଟ୍‌ନା: ବିହାରରେ ସରକାରୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି। କର୍ମଚାରୀମାନେ ଦ୍ବିତୀୟ ବିବାହ କଲେ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ। ଯଦି ଦ୍ବିତୀୟ ବିବାହକୁ ବ୍ୟକ୍ତିଗତ ଆଇନ୍‌ ଅନୁସାରେ ଅନୁମତି ମିଳିସାରିଛି କିନ୍ତୁ ରାଜ୍ୟ ସରକାର ଅନୁମତି ଦେଇନାହାନ୍ତି ତେବେ ବି ଏହି ବିବାହକୁ ସ୍ବୀକୃତି ମିଳିବ ନାହିଁ।

ନୀତିଶ କୁମାର ଜାରି କରିଥିବା ଆଦେଶ ମୁତାବକ, ପୂର୍ବ ପତି କିମ୍ବା ପତ୍ନୀ ଜୀବିତ ଥିବା ଅବସ୍ଥାରେ ଦ୍ବିତୀୟ ବିବାହକୁ ସ୍ବୀକୃତି ମିଳିବ ନାହିଁ। ବିନା ଅନୁମତିରେ ବିବାହ କରିଥିବା ସନ୍ତାନ-ସନ୍ତତିମାନଙ୍କୁ ଭତ୍ତାଭିତ୍ତିକ ଚାକିରି ମିଳିବ ନାହିଁ। ଯଦି ସରକାରଙ୍କ ଅନୁମତିରେ ଦ୍ବିତୀୟ ବିବାହ ହୋଇଥାଏ ତେବେ ଦ୍ବିତୀୟ ପତ୍ନୀ ଓ ତାଙ୍କ ପିଲା ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧାର ଲାଭ ଉଠାଇ ପାରିବେ।

ବିନା ଅନୁମତିରେ ଦ୍ବିତୀୟ ବିବାହ କରିଥିବା ସରକାରୀ କର୍ମଚାରୀଙ୍କର କାର୍ଯ୍ୟକାଳ ମଧ୍ୟରେ ଯଦି ଜୀବନ ଚାଲିଯାଏ ତେବେ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ପିଲା ବାପାଙ୍କ ବଦଳରେ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନୂଆ ଗାଇଡ୍‌ଲାଇନ୍‌ରେ ପ୍ରଥମ ପତ୍ନୀଙ୍କୁ ଅଗ୍ରାଧୀକାର ଦିଆଯାଇଛି। ପ୍ରଶାସନ ପକ୍ଷରୁ ଏ ସମ୍ବଦ୍ଧିତ ଆଦେଶ ସମସ୍ତ ବିଭାଗର ପ୍ରମୁଖ ଡିଜିପି, ମଣ୍ଡଳୀୟ ଆୟୁକ୍ତ ଏବଂ ସମସ୍ତ ଜିଳ୍ଲା ଅଧିକାରୀଙ୍କୁ ପଠାଇ ଦିଆଯାଇଛି।

ଯଦି କୌଣସି କ୍ଷେତ୍ରରେ ସ୍ବାମୀଙ୍କ ସ୍ଥାନରେ ପ୍ରଥମ ପତ୍ନୀଙ୍କୁ ବାଦ୍‌ ଦେଇ ଦ୍ବିତୀୟ ପତ୍ନୀଙ୍କୁ ନିଯୁକ୍ତି ଦେବାକୁ ପଡ଼େ ତ ପ୍ରଥମ ପତ୍ନୀଙ୍କ ନିକଟରୁ ଏକ ଅନାପତ୍ତି ପତ୍ର ବା ଶପଥ ପତ୍ର ଆଣିବାକୁ ପଡ଼ିବ।

 

ସମ୍ବନ୍ଧିତ ଖବର