ମାନ ସରକାରଙ୍କ ବଡ ନିଷ୍ପତ୍ତି: ଏଣିକି ବନ୍ଧୁକ ସହ ସୁଟିଂ ଓ ରଖିବା ଉପରେ ଲାଗିବ କଟକଣା

ଚଣ୍ଡୀଗଡ଼: ପଞ୍ଜାବର ଭଗବନ୍ତ ମାନ ସରକାର ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପଞ୍ଜାବ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟରେ ପ୍ରତିଦିନ ଗୁଳି ବିନିମୟ ନେଇ ଖବର ଆସୁଥିବାରୁ ସରକାର ଏହାକୁ ନେଇ କଠୋର ହୋଇଛନ୍ତି | ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଅସ୍ତ୍ରଶସ୍ତ୍ରର ସର୍ବସାଧାରଣ ପ୍ରଦର୍ଶନକୁ ନିଷେଧ କରାଯିବ। ଏହା ସହିତ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ମଧ୍ୟ ଏତେ ସହଜରେ ମିଳିବ ନାହିଁ। ବନ୍ଧୁକ ରଖିବା ନେଇ ଅନେକ ନିୟମ ପ୍ରସ୍ତୁତ କରାଯାଇଛି | ସେହିପରି ଯେଉଁମାନେ ନିଜ ପାଖରେ ବନ୍ଧୁକ ରଖୁଛନ୍ତି ସେମାନଙ୍କର ବନ୍ଧୁକ ଯାଞ୍ଚ କରାଯିବ। ସବୁଠାରୁ ବଡ କଥା ହେଉଛି ଏଣିକି ଆଉ ପଞ୍ଜାବୀ ଗୀତରେ ଅସ୍ତ୍ରଶସ୍ତ୍ରକୁ ଦେଖାଇ ହେବ ନାହିଁ ।

ପଞ୍ଜାବୀ ଆଲବମଗୁଡିକରେ ଏଣିକି ଆଉ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଖୁଲମଖୁଲା ପ୍ରଦର୍ଶିତ ହେବ ନାହିଁ। ସେହିପରି ଏପର୍ଯ୍ୟନ୍ତ ଜାରି କରାଯାଇଥିବା ସମସ୍ତ ବନ୍ଧୁକ ଲାଇସେନ୍ସକୁ ଆସନ୍ତା ୩ ମାସ ମଧ୍ୟରେ ସମୀକ୍ଷା କରାଯିବ। ଆଉ ଅତିରିକ୍ତ କମିଶନର ରାଙ୍କର କୌଣସି ଅଧିକାରୀ ସମ୍ମତି ନ ଦେବା ପର୍ଯ୍ୟନ୍ତ କୌଣସି ନୂତନ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ | ଏହା ବାଦ ସରକାର ନେଇଥିବା ଆଉ କିଛି ନିଷ୍ପତ୍ତି ମଧ୍ୟରେ ଅସ୍ତ୍ରଶସ୍ତ୍ରର ସର୍ବସାଧାରଣ ପ୍ରଦର୍ଶନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି | ଅସ୍ତ୍ରଶସ୍ତ୍ର କିମ୍ବା ହିଂସାକୁ ପ୍ରୋତ୍ସାହନ ଦେଉଥିବା ଗୀତଗୁଡିକ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି |

ସମ୍ବନ୍ଧିତ ଖବର