ସିଆରପିଏଫ୍‌ର ନୂଆ ହେଲ୍ପଲାଇନ୍‌ ନମ୍ବର

ନୂଆଦିଲ୍ଲୀ: କଶ୍ମୀର ବାସିନ୍ଦାଙ୍କ ପାଇଁ ଏବେ ଶ୍ରୀନଗରରେ ମୁତୟନ ହୋଇଥିବା ସିଆରପିଏଫ୍‌ ପକ୍ଷରୁ ନୂଆ ହେଲ୍ପଲାଇନ୍‌ ନମ୍ବର ଜାରି ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରରେ ଯେକୌଣସି ଲୋକ ଅସୁବିଧାରେ ଥିବେ ସେମାନେ ସିଆରପିଏଫ୍‌ ପକ୍ଷରୁ ଜାରି ହୋଇଥିବା ନୂଆ ହେଲ୍ପଲାଇନ୍‌ ନମ୍ବରରେ କଲ୍‌ କରିବାପାଇଁ କୁହାଯାଇଛି। ସିଆରପିଏଫ୍‌ର ପୂର୍ବ ସରକାରୀ ନମ୍ବରରେ ଯୋଗାଯୋଗ ହୋଇ ପାରୁନଥିବାରୁ ସିଆରପିଏଫ୍‌ ପକ୍ଷରୁ ଟ୍ବିଟରରେ ନୂଆ ହେଲ୍ପଲାଇନ୍‌ ନମ୍ବର ଦିଆ ହୋଇଛି। ଜମ୍ମୁ କଶ୍ମୀରରେ ସ୍ଥାୟୀ ଭାବେ ସୁରକ୍ଷା ଏବଂ ଆତଙ୍କବାଦ ନିରୋଧ କାର୍ଯ୍ୟାନୁଷ୍ଠାନ ପାଇଁ ୬୫ ସିଆରପିଏଫ୍‌ ବାଟାଲିଅନ୍‌ ମୁତୟନ ହୋଇଥିବାବେଳେ ଧ‌ାରା ୩୭୦ ଉଚ୍ଛେଦ ପାଇଁ ଜମ୍ମୁ କଶ୍ମୀରକୁ ପୁଣି ୧୨୦ ସିଆରପିଏଫ୍‌ କମ୍ପାନି ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର