ଭାରତ-ଚୀନ୍‌ ସମ୍ପର୍କରେ ନୂଆ ଅଧ୍ୟାୟ

ଲୋକସମ୍ପର୍କ ବୃଦ୍ଧି ପାଇଁ ୧୦ ସୂତ୍ରୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ଉଚ୍ଚସ୍ତରୀୟ ମିଡିଆ ଫୋରମ୍‌ ଆଜି ଦିଲ୍ଲୀରେ ଉଦ୍‌ଘାଟିତ ହୋଇଥିବା ବେଳେ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ବୃଦ୍ଧି ନେଇ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଛି। ଭାରତ ଗସ୍ତରେ ଥିବା ଚୀନ୍‌ ବି‌ଦେଶ ମନ୍ତ୍ରୀ ୱାଙ୍ଗ୍‌ ୱି ଏବଂ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଏବାବଦରେ ପ୍ରସ୍ତୁତ ହୋଇଥିବା ୧୦ ସୂତ୍ରୀ କାର୍ଯ୍ୟକ୍ରମ ଆଧାରରେ ଦୁଇ ଦେଶ କାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି। ସାଂସ୍କୃତିକ ଆଦାନ ପ୍ରଦାନ, ଟେଲିଭିଜନ୍‌ ଏବଂ ଚଳଚିତ୍ର ଶିଳ୍ପରେ ସହ‌ଯୋଗ, କ୍ରୀଡ଼ା କ୍ଷେତ୍ରରେ ମିଳିତ କାର୍ଯ୍ୟ ଆଦି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର