ଘର କିଣି‌ଲେ ମଲାଇକା ଆରୋରା-ଅର୍ଜୁନ

ନୂଆଦିଲ୍ଲୀ : ସବୁବେଳେ ଚର୍ଚ୍ଚାରେ ରହୁଥିବା ଲଭବାର୍ଡ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଏବେ ଏକାଠି ଏକ ନୂଆ ଘର କିଣିଛନ୍ତି। ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସ ନିକଟସ୍ଥ ଏକ ସ୍ଥାନରେ ଉଭୟ ମଲାଇକା ଏବଂ ଅର୍ଜୁନ ଘର କିଣିଥିବା ପିଙ୍କ୍‌ଭିଲା ରିପୋର୍ଟରୁ ଜଣାପଡ଼ିଛି। ସେମାନେ ଏହି ଘରେ ଏକାଠି ରହିବେ କି ନା’ ତାହା ଜଣାପଡ଼ିନି କିନ୍ତୁ ଉଭୟ ଏକାଠି ଘର କିଣିବା ବିଷୟ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର