କରୋନା ଭାଇରସ୍‌ ଚିକିତ୍ସା ପାଇଁ ୧୦ ଦିନରେ ନୂଆ ହସ୍ପିଟାଲ୍‌ ନିର୍ମାଣ କରିବ ଚୀନ୍‌

ବେଜିଂ: କରୋନା ଭାଇରସ୍‌ ବ୍ୟାପି ଚାଲିଥିବାରୁ ଚୀନ୍‌ର ଚିନ୍ତା ବଢ଼ିଗଲାଣି। ଚିକିତ୍ସା ପାଇଁ ଏବେ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ ଦେଖାଦେଇଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚୀନ୍‌ ୧୦ ଦିନରେ ଏକ ନୂଆ ହସ୍ପିଟାଲ୍‌ ନିର୍ମାଣ କରିବ। ହସ୍ପିଟାଲ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ଉହାନ୍‌ରେ ଏହି ହସ୍ପିଟାଲ୍‌ ନିର୍ମାଣ ହେଉଛି ଏବଂ ଫେବ୍ରୁଆରି ୩ ସୁଦ୍ଧା‌ ନିର୍ମାଣ କାର୍ଯ୍ୟ ଶେଷ ହେବ। ହସ୍ପିଟାଲ୍‌ଟି ୧୦୦୦ ଶଯ୍ୟା ବିଶିଷ୍ଟ ‌ହେବ । କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କିଛି ହସ୍ପିଟାଲ୍‌ରେ ଶଯ୍ୟା କମିଯିବାରୁ ନୂଆ ହସ୍ପିଟାଲ୍‌ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚୀନ୍‌ରେ ଏବେ ୨୬ ଜଣଙ୍କର କରୋସା ଭାଇରସ୍‌ ଯୋଗୁଁ ମୃତ୍ୟୁ ‌ହୋଇସାରିଛି। ପ୍ରାୟ ୪ ହଜାରରୁ ଅଧିକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର