ମହାରାଷ୍ଟ୍ର, ୟୁପି ସମେତ ୯ରାଜ୍ୟରେ ନୂଆ ସଂକ୍ରମଣ କମୁଛି

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ନୂଆ ମାମଲାରେ ହ୍ରାସ ବୃଦ୍ଧି ଦେଖିବାକୁ ମିଳୁଛି। ତେବେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡରେ ଦୈନିକ ସଂକ୍ରମଣରେ କିଛିଦିନ ହେଲା ଲଗାତାର ହ୍ରାସ ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ରାଜ୍ୟଗୁଡ଼ିକରେ ସଂକ୍ରମଣ ଏବେ ହ୍ରାସ ପାଉଥିବାରୁ ଏହି ସ୍ଥିତି ସପ୍ତାହେ ପର୍ଯ୍ୟନ୍ତ କାଏମ ରହିଲେ ହିଁ ପରିସ୍ଥିତି ସୁଧୁରୁଥିବା କୁହାଯାଇପାରିବ।

ଅନ୍ୟପକ୍ଷରେ କର୍ଣ୍ଣାଟକ, କେରଳ, ପଶ୍ଚିମବଂଗ, ତାମିଲନାଡ଼ୁ ଏବଂ ଓଡ଼ିଶା ଆଦି ରାଜ୍ୟରେ ନୂଆ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ୧୨ଟି ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ଥିବା ବେଳେ ୭ଟି ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ସକ୍ରିୟ ରୋଗୀ ଅଛନ୍ତି। ଦେଶର ୨୪ଟି ରାଜ୍ୟରେ ଏବେ କରୋନା ଭାଇରସ୍‌ ସଂକ୍ରମଣ ହାର ୧୫ ପ୍ରତିଶତରୁ ଅଧିକ ରହିଛି। ସଂକ୍ରମଣ ହାର ୫ ପ୍ରତିଶତରୁ କମ୍‌ ରହିଲେ ହିଁ ପରିସ୍ଥିତି ନିୟନ୍ତ୍ରଣାଧୀନ କୁହାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର