ଜୁଲାଇ ୧ରୁ ବଦଳିବ ଆୟକର ନିୟମ ; ପ୍ୟାନ-ଆଧାର ଲିଙ୍କ୍ ପାଇଁ ୧୦୦୦ ଟଙ୍କା, କ୍ରିପ୍ଟୋ ଉପରେ ଲାଗିବ ଆୟକର

ନୂଆଦିଲ୍ଲୀ : ଜୁଲାଇ ୧ ଅର୍ଥାତ ଶୁକ୍ରବାରଠାରୁ ଆୟକର ନିୟମରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏସବୁ ପରିବର୍ତ୍ତିତ ନିୟମ ଯୋଗୁଁ ଟିକସଦାତାମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ପ୍ୟାନ-ଆଧାର ଲିଙ୍କ କଲେ ୧୦୦୦ ଟଙ୍କା ଫାଇନ

ଜୁଲାଇ ୧ ପରଠାରୁ ଯେଉଁମାନେ ପ୍ୟାନ- ଆଧାର ଲିଙ୍କ୍ କରିବେ ସେମାନଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ପୂର୍ବରୁ ଜୁନ ୩୦ ସୁଦ୍ଧା ଏଥିପାଇଁ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ୁଥିଲା । ସରକାର ପୂର୍ବରୁ ପ୍ୟାନ-ଆଧାର ଲିଙ୍କର ଶେଷ ତାରିଖ ବାରମ୍ବାର ବଢାଇବା ପରେ ଗତ ମାର୍ଚ୍ଚ ୩୧ପରେ ଆଉ ଶେଷ ତାରିଖ ବଢାଇନ ଥିଲେ । ମାର୍ଚ୍ଚ ୩୧ରୁ ଜୁନ ୩୦ ମଧ୍ୟରେ ଯେଉଁମାନେ ପ୍ୟାନ-ଆଧାର ଲିଙ୍କ୍ କରୁଥିଲେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା । କିନ୍ତୁ ଆସନ୍ତା କାଲି ଅର୍ଥାତ ଜୁଲାଇ ୧ରୁ ଯିଏ ପ୍ୟାନ-ଆଧାର ଲିଙ୍କ କରିବ ସେମାନଙ୍କୁ ପ୍ରଥମେ ୧୦୦୦ ଟଙ୍କା ଦେବାକୁ ହେବ ଓ ତାପରେ ଲିଙ୍କ୍ କରିପାରିବେ ।

କ୍ରିପ୍ଟୋ ଉପରେ ଆୟକର

କ୍ରିପ୍ଟୋ କରେନ୍ସି ଉପରେ ଜୁଲାଇ ୧ରୁ ଟିକସ ଲାଗୁ ହେବ । ଏ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ ଘୋଷଣା କରିଥିଲେ । କିଛିଦିନ ପୂର୍ବେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ ସିବିଡିଟି ପକ୍ଷରୁ ଏ ସଂପର୍କିତ ସବିଶେଷ ଗାଇଡଲାଇନ ପ୍ରକାଶ ପାଇଥିଲା । ଭର୍ଚୁଆଲ ଡିଜିଟାଲ ଆସେଟ (କ୍ରିପ୍ଟୋକରେନ୍ସି ) ଟ୍ରାନ୍ସଫର ଉପରେ ୧ ପ୍ରତିଶତ ଟିଡିଏସ କାଟିବାକୁ ଘୋଷଣା କରାଯାଇଛି ।

ଡାକ୍ତର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ସଙ୍କ ଉପରେ ଟିକସ

ବିଭିନ୍ନ କମ୍ପାନିର ସାମଗ୍ରୀର ପ୍ରଚାର ବାବଦରେ ଡାକ୍ତର ଓ ସୋସିଆଲ ମିଡିଆ ଇନଫ୍ଲୁଏନସର୍ସମାନେ ପାଉଥିବା ଲାଭ ଉପରେ ୧୦ ପ୍ରତିଶତ ଆୟକର ବସିବ ।

ଏହାଛଡ଼ା କ୍ରେଡିଟ କାର୍ଡ ବିଲିଂ ସାଇକେଲରେ ପରିବର୍ତ୍ତନ, ଡିମାଟ୍ ଆକାଉଣ୍ଟର କେଓ୍ବାଇସି ନିୟମରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି ।

ସମ୍ବନ୍ଧିତ ଖବର