ଓମ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି, ସମର୍ଥନ କରିବ ବିଜେଡି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି |ରାଜସ୍ଥାନର କୋଟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଓମ ବିର୍ଲା ଲୋକସଭାର ନୂଆ ବାଚସ୍ପତି ହେବେ | ଲୋକସଭା ବାଚସ୍ପତିଙ୍କ ନାମ ଘୋଷଣା ହେବା ପରେ ଏହାକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି | ତେବେ ଓମ ବିର୍ଲାଙ୍କୁ ବିଜେଡି ସମର୍ଥନ କରିବା ନେଇ ଘୋଷଣା କରିଛି | ଦିଲ୍ଲୀରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି |

PHOTO-INDIATODAY

ଲୋକସଭା ଅଧ୍ୟକ୍ଷ ଚୟନ ଆଜି ହେବ | ତେବେ ଲୋକସଭା ବାଚସ୍ପତି ପାଇଁ ଅନେକ ବରିଷ୍ଠ ବିଜେପି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା | ବାଚସ୍ପତି ଦୋୖଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ, ରାଧାମୋହନ ସିଂ, ରମାପତି ରାମ ତ୍ରିପାଠୀ, ଏସଏସ ଅଲୁୱାଲିଆ ଓ ଡ. ବୀରେନ୍ଦ୍ର କୁମାରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |

PHOTO-AAJTAK

ତେବେ ଏଥର ଲୋକସଭାର ଦାୟିତ୍ୱ କିଏ ସମ୍ଭାଳିବେ ତାହା ସ୍ପଷ୍ଟ ହୋଇଯାଇଛି | ରାଜସ୍ଥାନ କୋଟାରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ଓମ ବିର୍ଲା ଆଜି ନାମାଙ୍କନ ଦାଖଲ କରିବେ | ବୁଧବାର ଏହାକୁ ନେଇ ନିର୍ବାଚନ ହେବ | ତେବେ ଏନଡିଏ ପାଖରେ ବହୁମତ ଥିବାରୁ ଲୋକସଭା ବାଚସ୍ପତି ବିର୍ଲା ହିଁ ହେବେ ତାହା ସ୍ପଷ୍ଟ ହୋଇଯାଇଛି |

ସମ୍ବନ୍ଧିତ ଖବର