ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଜଣେ ନୂତନ ଅତିଥି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ବାସଭବନରେ ଥିବା ଗୋମାତା ଏକ ବାଛୁରୀ ଜନ୍ମ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନୂତନ ଅତିଥିଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଏହା ଆମ ଶାସ୍ତ୍ରରେ କୁହାଯାଇଛି - ଗାଭଃ ସର୍ବସୁଖ ପ୍ରଦାଃ।
हमारे शास्त्रों में कहा गया है - गाव: सर्वसुख प्रदा:'।
— Narendra Modi (@narendramodi) September 14, 2024
लोक कल्याण मार्ग पर प्रधानमंत्री आवास परिवार में एक नए सदस्य का शुभ आगमन हुआ है।
प्रधानमंत्री आवास में प्रिय गौ माता ने एक नव वत्सा को जन्म दिया है, जिसके मस्तक पर ज्योति का चिह्न है।
इसलिए, मैंने इसका नाम 'दीपज्योति'… pic.twitter.com/NhAJ4DDq8K
ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ପରିବାରରେ ନୂତନ ସଦସ୍ୟ ଶୁଭ ଆଗମନ କରିଛନ୍ତି। ବାଛୁରୀର କପାଳରେ ଧଳା ଚିହ୍ନ ରହିଛି। ତେଣୁ, ମୁଁ ଏହାର ନାମ 'ଦୀପଜୋତି' ରଖିଛି ବୋଲି ମୋଦୀ ସୋସିଆଲ ମିଡ଼ିଆରେ ସୂଚନା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ:ମଙ୍କିପକ୍ସ ପାଇଁ ପ୍ରଥମ ଟିକାକୁ ଅନୁମୋଦନ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
A new member at 7, Lok Kalyan Marg!
— Narendra Modi (@narendramodi) September 14, 2024
Deepjyoti is truly adorable. pic.twitter.com/vBqPYCbbw4
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଗୋମାତା ଏବଂ ବାଛୁରୀ ପ୍ରତି ତାଙ୍କର ସ୍ନେହ ଏବଂ ଆନ୍ତରିକତା ଲୋକଙ୍କ ହୃଦୟକୁ ସ୍ପର୍ଶ କରୁଛି। ୫୦ ମିନିଟ ମଧ୍ୟରେ ପ୍ରାୟ ତିନି ଲକ୍ଷ ଲୋକ ଏହି ଭିଡ଼ିଓକୁ ଦେଖି ସାରିଛନ୍ତି।
ଅଧିକ ପଢ଼ନ୍ତୁ:ମୁଁ ଏକ ଅମୃତଭଣ୍ଡା ଓ କଦଳୀ ହେବାକୁ ଚାହେଁନା: ଚେତନ ଭଗତ