ନୂଆଦିଲ୍ଲୀ : ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଭାବେ ସମାଜସେବୀ ରାଜକୁମାର ଏବଂ ସମାଜସେବୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ସେହିପରି ନିରଞ୍ଜନ ରଥ ଉପସଭାପତି ଓ ଅଜୟ କୁମାର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ପରିଷଦକୁ ଦୀପକ ମାଲବ୍ୟ, ଭୀମସେନ ଯାଦବ ଓ ନିମିଶା ଅମିନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ରେ ୧୯୫୧ ମସିହା ଏପ୍ରିଲ ମାସରେ ଜନ୍ମିତ ଶ୍ରୀ ରାଜକୁମାର ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ୧୯୮୨ ମସିହାରୁ ଲୋକସେବକ ମଣ୍ଡଳ ସହ ଜନିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ। ଶ୍ରୀ ରାଜକୁମାର ଏବେ ଲୋକସେବକ ମଣ୍ଡଳର ଦିଲ୍ଲୀ, ଗୁଜରାଟ ଓ ପ୍ରୟାଗରାଜ ଶାଖାର ଦାୟିତ୍ବ ତୁଲାଉଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ବିଶୋଇଠାରେ ଜନ୍ମିତ ଡ. ପ୍ରଭାସ ଆଚାର୍ଯ୍ୟ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ତଥା ଉତ୍କଳ ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକୋତ୍ତର ସହ ଗ୍ରାମ୍ୟବିକାଶ ଓ ଓଡ଼ିଆ ସାହିତ୍ୟରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ବିଶେଷ ଭାବେ ଓଡ଼ିଶାରେ ଶରୀର ଓ ଅଙ୍ଗଦାନ ସଚେତନତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ପାଇଁ ସେ ସୁପରିଚିତ। ଡ. ଆଚାର୍ଯ୍ୟ ଦୂରଦର୍ଶନର ଜଣେ ସଫଳ ଉପସ୍ଥାପକ ଓ ସ୍ତମ୍ଭକାର ଭାବେ ପରିଚିତ। ବାର୍ଷିକ ସାଧାରଣ ପରିଷଦରେ ଆସନ୍ତା ଦୁଇବର୍ଷ ପାଇଁ ଏହି କର୍ମକର୍ତ୍ତା ଚୟନ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/loksevak-mandal.jpg)