ଖୁବ ଶୀଘ୍ର ବଦଳିବାକୁ ଯାଉଛି ସ୍ଲିପର କୋଚର ରଙ୍ଗ, ସୁଇଚ ଚିପିଲେ ଖୋଲିବ ଟ୍ରେନ କବାଟ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ପ୍ରୟାସ କରୁଛି | ଏଥିପାଇଁ ଟ୍ରେନ ବଗିଗୁଡିକୁ ଆଧୁନିକ ଢଙ୍ଗରେ ପ୍ରସ୍ତୁତ କରାଯାଉଛି | ଦେଶର ଆଧୁନିକ ଟ୍ରେନ ତେଜସ ଭଳି ସ୍ଲିପର ବଗିଗୁଡିକୁ ରେଳ ମନ୍ତ୍ରାଳୟ ପ୍ରସ୍ତୁତ କରୁଛି | ନୂଆ ଓ ଅତ୍ୟାଧୁନିକ ବଗିଗୁଡିକୁ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ନିର୍ମାଣ କରାଯିବ | ଭାରତୀୟ ରେଳର ପ୍ରଡକ୍ସନ ୟୁନିଟ ଇନଟିଗ୍ରାଲ କୋଚ ଫ୍ୟାକ୍ଟ୍ରି(ଆଇସିଏଫ) ଚେନ୍ନାଇ ଓ ମଡର୍ଣ୍ଣ କୋଚ ଫ୍ୟାକ୍ଟ୍ରି(ଏମସିଏଫ) ରାଇବରେଲୀରେ ନିର୍ମାଣ କରାଯିବ |

ନୂଆ ଟେକନିକରେ ୫୦୦ ନୂଆ କୋଚ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ସବୁ ବଗିକୁ ପ୍ରିମିୟମ ଓ ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ସଂଯୋଗ କରାଯିବ | ଏହି ନୂଆ ବଗିର ସ୍ୱତନ୍ତ୍ରତା ହେଉଛି ଯେ ଏଥିରେ ରିମୋଟ ଓ ସେନସରଯୁକ୍ତ କବାଟ ଲାଗିଛି |

ଅର୍ଥାତ ଟ୍ରେନର କବାଟ ସ୍ୱୟଂଚାଳିତ ଖୋଲିବ | ଷ୍ଟେସନର ପ୍ଲାଟଫର୍ମ ଦେଇ ଟ୍ରେନ ଯାଉଥିବାବେଳେ ଏହା ସ୍ୱୟଂଚାଳିତ ଭାବେ ଖୋଲିବ ଓ ବନ୍ଦ ହୋଇଯିବ | ଏଭଳି ଆଧୁନିକ ସିଷ୍ଟମ ହେବା ଦ୍ୱାରା ଦୁର୍ଘଟଣା କମ ହେବା ସହ ଚୋରି ଆଶଙ୍କା ମଧ୍ୟ କମିଯିବ | କାରଣ ଟ୍ରେନର କବାଟ ଖୋଲା ରହୁଥିବା ଯୋଗୁଁ ଅନେକ ସମୟରେ ଲୁଟେରା ବଗିରେ ପଶି ଲୁଟପାଟ କରିବା ସହ ଯାତ୍ରୀ ଟ୍ରେନ ତଳକୁ ଖସିପଡିଥାନ୍ତି |

ସମ୍ବନ୍ଧିତ ଖବର