ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇଚ୍ଛା ପୂରଣ ହୋଇଛି। ଅଯୋଧ୍ୟା ଜଙ୍କସନ ଏବେ ଅଯୋଧ୍ୟା ଧାମ ଜଙ୍କସନ ନାମରେ ପରିଚିତ ହେବ । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ରେଳବାଇ ନିର୍ଦ୍ଦେଶ ଜାରି କରିଛି।

Advertisment

ବିଜେପି ସାଂସଦ ଲଲ୍ଲୁ ସିଂ ସୋସିଆଲ ମିଡିଆରେ ଏ ନେଇ ଏକ ଟୁଇଟ୍ କରିଛନ୍ତି। ନିକଟରେ ଅଯୋଧ୍ୟା ଜଙ୍କସନ୍ ଯାଞ୍ଚ କରିବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସୋସିଆଲ ମିଡିଆ ଜରିଆରେ ସାଂସଦ ଲଲ୍ଲୁ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଅଯୋଧ୍ୟା ଜଙ୍କସନ ଅଯୋଧ୍ୟା ଧାମ ଜଙ୍କସନ ନାମରେ ପରିଚିତ ହେବ । ଡିସେମ୍ବର ୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନର ନୂତନ କୋଠାକୁ ଉଦଘାଟନ କରିବେ । ଏହା ପରେ ଜାନୁଆରି ୧ରେ ଏହାକୁ ସାଧାରଣ ଯାତ୍ରୀମାନଙ୍କ ପାଇଁ ଖୋଲି ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀରାମ ଅନ୍ତର୍ଜାତୀୟ ବିମାନବନ୍ଦରର ମଧ୍ୟ ଉଦଘାଟନ କରିବେ ।