ମୁମ୍ବାଇ: ମହାରାଷ୍ଟ୍ର ସରକାର ସାଙ୍ଗଲି ଜିଲ୍ଲାର ଇସଲାମପୁର ସହରର ନାମ ପରିବର୍ତ୍ତନ କରି ଈଶ୍ୱରପୁର କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଶୁକ୍ରବାର ମହାରାଷ୍ଟ୍ର ବିଧାନସଭାରେ ମୌସୁମୀ ଅଧିବେଶନର ଶେଷ ଦିନରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

Advertisment

ସାଙ୍ଗଲିର ଇସଲାମପୁରର ନାମ ପରିବର୍ତ୍ତନ କରିବା ପାଇଁ ବହୁ ଦିନ ଧରି ଦାବି ଉଠାଯାଉଥିଲା। ଗୁରୁବାର, ମହାରାଷ୍ଟ୍ର କ୍ୟାବିନେଟ ଇସଲାମପୁରକୁ ଈଶ୍ୱରପୁର କରିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି। ପରଦିନ, ଶୁକ୍ରବାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟ ବିଧାନସଭାରେ ଆନୁଷ୍ଠାନିକ ଭାବରେ ନାମ ପରିବର୍ତ୍ତନ ଘୋଷଣା କରିଥିଲେ। ବିଜେପି ବିଧାୟକ ସଦାଭାଉ ଖୋଟ୍ ଏ ବିଷୟରେ ସୂଚନା ଦେଇଛନ୍ତି।

ସଦାଭାଉ ଖୋଟ୍ ଗଣମାଧ୍ୟମକୁ କହିଛନ୍ତି, "ସାଙ୍ଗଲି ଜିଲ୍ଲାରେ ଇସଲାମପୁର ନାମରେ ଏକ ବଡ଼ ସହର । ଏହାର ଜନସଂଖ୍ୟା ଏକ ଲକ୍ଷରୁ ଅଧିକ। ଇସଲାମପୁର ନାମ ହଟାଇ ଦିଆଯାଇଛି ଏବଂ ଏହାର ନାମ ଏବେ ଈଶ୍ୱରପୁର ରଖାଯାଇଛି।" ଏହି ନିଷ୍ପତ୍ତି ପାଇଁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।