ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଦୁଇଦିନ ତଳେ ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା | ଏହି ବୈଠକରେ ୩୦ରୁ ଅଧିକ ବିରୋଧୀଦଳ ସାମିଲ ହୋଇଥିଲେ। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ -୨୦୨୪ରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିରୋଧୀ ଦଳର ମିଳିତ ମଞ୍ଚର ନାମ ପିଡ଼ିଏ ରଖାଯିବ । ଯଦିଓ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଘୋଷଣା ହୋଇନାହିଁ, କିନ୍ତୁ ପିଡିଏ ଅର୍ଥାତ ପେଟରିଆଟିକ ଡେମୋକ୍ରାଟିକ୍ ଆଲାଇନ୍ସ ହେବ ବୋଲି କୁହାଯାଇଛି । ବିରୋଧୀ ଦଳର ପରବର୍ତ୍ତୀ ବୈଠକ ଜୁଲାଇ ୧୨ରୁ ୧୪ ପର୍ଯ୍ୟନ୍ତ ଶିମଲାରେ ଅନୁଷ୍ଠିତ ହେବ। ଏହି ବୈଠକ ଦୁଇ ଦିନ ହେବ ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ |ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ହିଁ ନୂତନ ନାମ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସଂଯୋଜକ ଭାବରେ ଘୋଷଣା କରାଯିବ |
ଉଲ୍ଲେଖ ଥାଉ କି ଶୁକ୍ରବାର ଦିନ ପାଟନାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଦ୍ୱାରା ଆୟୋଜିତ ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଇଥିଲା। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ଅଧ୍ୟକ୍ଷ ଶରଦ ପାୱାର, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ନେତ୍ରୀ ମେହବୁବା ମୁଫତି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ବୈଠକରେ ଯୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/te423ldg_opposition-meet-patna-ani-nitish-lalu-mamata-pawar_625x300_23_June_23.jpg)