ନୂଆଦିଲ୍ଲୀ : ଆଡମିରାଲ ଆର. ହରି କୁମାର ମଙ୍ଗଳବାର ଦିନ ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଆଜି ସେବାରୁ ଅବସର ନେଇଥିବା ଆଡମିରାଲ କରମବୀର ସିଂଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଓ୍ବେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର, କମାଣ୍ଡିଙ୍ଗ ଇନ ଚିଫ ଭାବେ କାର୍ୟ୍ୟ କରୁଥିଲେ ।
ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ସାଉଥ ବ୍ଲକ ଲନରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହା ପରେ ବିଦାୟୀ ନୌସେନା ମୁଖ୍ୟ ଓ ନୂଆ ନୌସେନା ମୁଖ୍ୟ ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଦାୟିତ୍ବ ନେବା ପରେ ଆଡମିରାଲ ହରି କୁମାର କହିଛନ୍ତି, "ଭାରତୀୟ ନୌ ସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବା ମୋ ପାଇଁ ଗର୍ବର ବିଷୟ । ଭାରତୀୟ ଜାତୀୟ ସ୍ବାର୍ଥର ସୁରକ୍ଷା ଓ ସାମୁଦ୍ରିକ ଆହ୍ବାନର ମୁକାବିଲା କରିବା ଆମର ମୁଖ୍ୟ ଲକ୍ଷ୍ୟ ରହିବ ।
୧୨ ଏପ୍ରିଲ ୧୯୬୨ ରେ ଜନ୍ମଗ୍ରହଣ କରିଥିବା ଆଡମିରାଲ ହରି କୁମାର ଜାନୁଆରି ୧, ୧୯୮୩ରେ ଭାରତୀୟ ନୌସେନାର ଯୋଗ ଦେଇଥିଲେ । ନିଜର ୩୯ ବର୍ଷର କାର୍ୟ୍ୟକାଳରେ ସେ ନୌସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/navy.jpg)