ବ୍ଲାକକ୍ୟାଟ୍ କମାଣ୍ଡୋ ବା ଏନଏସଜିର ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଅନୁପ କୁମାର ସିଂ

ନୂଆଦିଲ୍ଲୀ: ଗୁଜୁରାଟ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅନୁପ କୁମାର ସିଂ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ବା ଏନଏସଜିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି | ୧୯୮୫ ମସିହାର ଏହି ଅଫିସର ଆଜି ବ୍ଲାକ କ୍ୟାଟ କମାଣ୍ଡୋ ବଳର ଡିଜି ଭାବରେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ନିଯୁକ୍ତି ସମିତି ଅନୁପଙ୍କ ନାମ ଉପରେ ମୋହର ଲଗାଇଥିଲା | ସେପ୍ଟେମ୍ବର ୩୦, ୨୦୨୦ ଯାଏଁ ଏହି ପଦରେ ଅନୁପ କୁମାର ସିଂ ରହିବେ |

ଏଠାରେ ସୂଚନା ଥାଉ କି ଏନଏସଜିର ସ୍ଥାପନା ୧୯୮୪ ମସିହାରେ ହୋଇଥିଲା | ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କୀଙ୍କ ଦ୍ୱାରା କରାଯାଉଥିବା ଅପହରଣ ଭଳି ଘଟଣାକୁ ସାମ୍ନା କରିବା ପାଇଁ ଏହାର ଗଠନ କରାଯାଇଥିଲା | ଦେଶରେ ୫ଟି ସ୍ଥାନରେ ଏନଏସଜିର କ୍ୟାମ୍ପ ରହିଛି | ଗୁରୁଗାଓଁର ମାନେସରରେ ଏନଏସଜିର ମୁଖ୍ୟ କାର୍ଯ୍ୟାଳୟ ରହିଛି | କିଛି ହାଇ ପ୍ରୋଫାଇଲ ଭିଭିଆଇପିଙ୍କ ସୁରକ୍ଷା ପାଇଁ ମଧ୍ୟ ଏହି ଯବାନମାନଙ୍କୁ ମୁତୟନ କରାଯାଇଛି |

ସମ୍ବନ୍ଧିତ ଖବର