ମୁମ୍ବାଇ: ମହାରାଷ୍ଟ୍ର ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଏମିତି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ବାସ୍ତବରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆଦେଶ ମୁତାବକ ଏଣିକି ସରକାରୀ ଅଧିକାରୀମାନେ ଲ୍ୟାଣ୍ଡଲାଇନ୍ ଏବଂ ମୋବାଇଲ୍ ଫୋନରେ 'ହେଲୋ' ପରିବର୍ତ୍ତେ ବନ୍ଦେ ମାତରମ କହିବାକୁ ପଡିବ | ଏହାପୂର୍ବରୁ ଅଗଷ୍ଟ ମାସରେ ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗନ୍ତୀୱର ସରକାରୀ କର୍ମଚାରୀଙ୍କୁ ଫୋନ୍ କଲରେ ହ୍ୟାଲୋ କହିବା ପରିବର୍ତ୍ତେ 'ବନ୍ଦେ ମାତରମ' କହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହି ଆଦେଶର କିଛି ଦିନ ପରେ ମହାରାଷ୍ଟ୍ରର ବନ ବିଭାଗ ଏହାର କର୍ମଚାରୀମାନଙ୍କୁ ସରକାରୀ କାର୍ଯ୍ୟ ସହ ଜଡିତ କଲ ପାଇବା ପରେ ବନ୍ଦେ ମାତରମ କହି ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ ସରକାରୀ କାର୍ଯ୍ୟ ସହ ଜଡିତ ସାଧାରଣ ନାଗରିକ ତଥା ଜନ ପ୍ରତିନିଧୀଙ୍କ ସହ ଫୋନରେ କଥା ହେବା ପୂର୍ବରୁ ହ୍ୟାଲୋ ବଦଳରେ ବନ୍ଦେ ମାତରମ କହିବାକୁ କହିଥିଲା | ଆଉ ଏବେ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ହ୍ୟାଲୋ କହିବା ପରିବର୍ତ୍ତେ 'ବନ୍ଦେ ମାତରମ' କହିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।